ବ୍ରହ୍ମପୁର: ସୋମବାର ବିଳମ୍ବିତ ରାତିରେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ସେମାନେ ହେଲେ ହେଲେ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ(୨୭) ଓ ଗୁଜରାଟ ସୁରତ ଜିଲ୍ଲା ମୋଦି ମହଲା ଏକେ ରୋଡ୍ର ସରୋଜ ପଣ୍ଡା(୩୫) । ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍ କହିଛନ୍ତି ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏହି ଦୁଇ ଅଭିଯୁକ୍ତଙ୍କ ପ୍ରମୁଖ ଭୂମିକା ରହିଛି । ସୁଧୀରଙ୍କ ହତ୍ୟା ପରେ ଏହି ଦୁଇ ଜଣ ଦୀର୍ଘଦିନରୁ ଫେରାର ଥିଲେ ।ସୂଚନା ଅନୁଯାୟୀ, ଗତମାସ ୧୫ ତାରିଖରେ ଏମାନେ ପ୍ଲଟ୍ ବ୍ୟବସାୟୀ ସୁଧୀରଙ୍କୁ ଅପହରଣ କରିଥିଲେ । ଅପହରଣ ବଦଳରେ ପରିବାରକୁ ଟଙ୍କା ମାଗିଥିଲେ ଅଭିଯୁକ୍ତ । ହେଲେ ପରବର୍ତ୍ତୀ ସମୟରେ ସୁଧୀରଙ୍କୁ ବୁଗୁଡ଼ା ରାମପାଦ ଜଙ୍ଗଲରେ ହତ୍ୟା କରିଥିଲେ ଅଭିଯୁକ୍ତ ।ଏହି ମାମଲାରେ ସରୋଜ ଓ ରଞ୍ଜନଙ୍କ ସମେତ ଆଉ ଦୁଇଜଣ ସୁମିତ ସିଂହ ସୁନିଲ ରାଜପୁତ ଓ ମୁକେଶ ସାହୁ ମୋଟ୍ ୪ ଜଣଙ୍କୁ ପୋଲିସର ସ୍ୱତନ୍ତ୍ର ଟିମ୍ ରାଜସ୍ଥାନରୁ କାବୁ କରି ବ୍ରହ୍ମପୁର ଫେରୁଥିଲା । ଆଙ୍କୁଶପୁର ନିକଟରେ ପୋଲିସକୁ ଆକ୍ରମଣ କରି ସରୋଜ ଓ ରଞ୍ଜନ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ ।ଏହି ସମୟରେ ପୋଲିସର ପାଲଟା ଗୁଳିରେ ସରୋଜ ଓ ରଞ୍ଜନ ଆହତ ହୋଇଛନ୍ତି । ରଞ୍ଜନର ଡାହାଣ ଗୋଡରେ ଗୋଟିଏ ଗୁଳି ଓ ବିକିର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ସେମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here