ଭୁବନେଶ୍ୱର: ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଯେଉଁଥିରେ ମିଶନ ଶକ୍ତି ମହିଳାମାନଙ୍କୁ ଟେକ୍ନୋଲୋଜି ଉପରେ ଟ୍ରେନିଂ ଦିଆଯିବ । ସେମାନଙ୍କୁ ଟ୍ରେନିଂ ଦେବେ ଆଇଆଇଟି ପ୍ରଫେସର। ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ଆଇଆଇଟି ନିର୍ଦେଶକ ଶ୍ରୀପଦ କରମାକରଙ୍କ ମଧ୍ୟରେ ବୁଝାମଣା ହୋଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୩ ବର୍ଷ ମଧ୍ୟରେ ରାଜ୍ୟର ୧୫୦ ଲକ୍ଷପତି ଦିଦିଙ୍କୁ କୋଟିପତି କରିବା ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଆଜି ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ଜିଲ୍ଲାର ଲକ୍ଷପତି ଦିଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here