ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ରାତି ପାହିଲେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ । ସରକାରୀ କର୍ମଚାରୀ ବୁଥ ମୁହାଁ । ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ହେବ ମତଦାନ। ଭୋଟ ଦେବେ ୬୦ ଲକ୍ଷ ଭୋଟର । କାହାକୁ ବାଛିବେ ଭୋଟର । ପ୍ରଥମ ପର୍ୟ୍ୟାୟରେ ବିଧାନସଭା ପାଇଁ ୧୯୧ ଜଣ ରହିଥିବାବେଳେ୨୬ ଜଣ ଲୋକସଭା ଦୌଡ଼ରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଲୋକସଭା ପାଇଁ ୨ ମହିଳା ଏବଂ ବିଧାନସଭା ପାଇଁ ୧୬ ଜଣ ମହିଳା ଅଛନ୍ତି । ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ପାଇଁ ମୋଟ ୭ ହଜାର ୨୩୩ଟି ବୁଥ କରାଯାଇଛି । ସେଥି ମଧ୍ୟରୁ ୫ ହଜାର ୩୪ ଟି ସାଧାରଣ ହୋଇଥିବା ବେଳେ ହଜାରେ ୧୪୭ଟି ସମ୍ବେଦନଶୀଳ ଏବଂ ୭୮୨ ଟି ଲେସ୍‌ କନେକ୍ଟିଭିଟି ବୁଥ୍‌ ରହିଛି। ପ୍ରଥମ ପର୍ୟ୍ୟାୟରେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଏବଂ ନର୍ଲା ବିଧାନସଭା ଆସନ ପାଇଁ ଭୋଟ ନିଆଯିବ । ସେହିଭଳି ନବରଙ୍ଗପୁର ଲୋକସଭା କ୍ଷେତ୍ର ଅଧୀନରେ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ମତ ନିଆଯିବ । ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ଭୋଟିଂ ହେବ । ସେହିଭଳି କୋରାପୁଟ ଲୋକସଭା ଆସନ ଅଧୀନରେ ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଏବଂ ପଟ୍ଟ।ଙ୍ଗି ବିଧାନସଭା ଆସନ ପାଇଁ ଭୋଟିଂ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here