ଯେତେବେଳେ ପ୍ରଳୟଙ୍କରୀ ବାତ୍ୟା ତିତିଲି କୁ ନେଇ ସମସ୍ତେ ଭୟଭୀତ ଥିଲେ ସେତେବେଳେ ଏକ କୋମଳମତୀ ଶିଶୁଟି ଜନ୍ମ ନେଇଛି । ଗତକାଲି ଗଞ୍ଜାମ ଜିଲ୍ଲାର ୧୦୫ ଜଣ ଗର୍ଭବତିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆସିକା ଥାନା ଅନ୍ତର୍ଗତ କଳାସୂତା ଗାଁର ଗୀତାଞ୍ଜଳୀ ଗଉଡ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ସେଥିପାଇଁ ମେଡିକାଲ ପକ୍ଷରୁ ତାର ନାମକରଣ କରାଯାଇଥିଲା । ନବଜାତ ଶିଶୁ କନ୍ୟାର ନା ତିତଲି ରଖାଯାଇଛି । ଏଭଳି ନାମକରଣ ପରେ ମେଡିକାଲରେ ଖୁସିର ଲହରୀ ଖେଳିଯାଇଥିଲା । ରାତ୍ର ପ୍ରାୟ ୧୨ଟା ସମୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ସମୟପରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ତେବେ ମା ଓ ଶିଶୁ ଉଭୟ ସୁରକ୍ଷିତ ଅଛନ୍ତି ।