କାଇନୋଟିକ୍ କମ୍ପାନୀ ମୋଟୋରୋୟଲ ଇଲୋଟିୟମ୍ ମୋଟର ସାଇକେଲ୍ ବ୍ରାଣ୍ଡ ଏଫ୍ ବି ମୋଣ୍ଡିଆଲ୍ କୁ ଭାରତ ବଜାରରେ ଲଞ୍ଚ୍ କରିଛି. HPS300 ହେଉଛି ଏହାର ପ୍ରଥମ ପ୍ରଡକ୍ଟ ଯାହା ଭାରତରେ ଲଞ୍ଚ ହୋଇଛି. ତେବେ ଭାରତ ବଜାରରେ ଏହାର ମୂଲ୍ୟ 3.37 ଲକ୍ଷ ରହିଛି. B Mondial ର ସ୍ଥାପନା 1936 ମସିହାରେ ହୋଇଥିଲା ଏବଂ 50 ଦଶକରେ ହେଉଥିବା ରେସିଂରେ ଏହା ନିଜର ଇତିହାସ ସୃଷ୍ଟି କରିଥିଲା. ମାତ୍ର 1957 ମସିହାରେ ଏହାକୁ ବନ୍ଦ କରି ଦିଆଯାଇଥିଲା. ସେତେବେଳେ କମ୍ପାନୀ ଦୁଇଟି ଛୋଟ ମୋଟର ସାଇକେଲ Hipster 125 ଓ Hipster 250 କୁ ଲଞ୍ଚ୍ କରିଥିଲା ଯାହାକୁ କେବଳ ୟୁରୋପରେ ବିକ୍ରି କରାଯାଉଥିଲା. ମାତ୍ର ଏବେ HPS 300କୁ ଭାରତରେ ଲଞ୍ଚ୍ କରାଯାଇଛି. ଏହି ବାଇକରେ ଏପରି ଏକ ସ୍କେଲିଟଲ ହୋଗର ଟାୟାର ଲଗାଯାଇଛି ଯାହା ଚଂକି ଟାୟାର ସହ ସ୍ପୋକ୍ ହ୍ୱିଲ୍ ଟାୟାରକୁ ମଧ୍ୟ କଭର କରିବ. ଏହାଛଡା ଏଥିରେ sports halogen headlamp, LED taillamps, inductees ଏବଂ circular digital instrument clusters ମଧ୍ୟ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here