ୟୁପି: ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ଅନିୟମିତତା ପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ମନ୍ଦିର ନିର୍ମାଣ ସମୟରେ ଦେଇଥିବା ଦାନ ଅର୍ଥ ଫେରେଇବାକୁ କହିଛନ୍ତି l ସେ ଅଭିଯୋଗ କରିଛନ୍ତି ଯେ, ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନାମରେ ସଂଗ୍ରହ କରାଯାଇଥିବା ଅର୍ଥର ଅପବ୍ୟବହାର କରାଯାଇଛି ଏବଂ ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଛି।ଜଣେ ସନାତନୀ ହିନ୍ଦୁ ଏବଂ ଭକ୍ତ ଭାବେ ସେ ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାର ସହ ଅର୍ଥ ଦାନ କରିଥିଲେ। କିନ୍ତୁ ବର୍ତ୍ତମାନ ସାମ୍ନାକୁ ଆସୁଥିବା ଆର୍ଥିକ ଅନିୟମିତତା ଅଭିଯୋଗ ଯୋଗୁଁ ସେ ଅତ୍ୟନ୍ତ ମର୍ମାହତ ଏବଂ ତାଙ୍କ ଦ୍ୱାରା ଦିଆଯାଇଥିବା ଦାନ ରାଶି ତାଙ୍କୁ ତୁରନ୍ତ ଫେରସ୍ତ କରାଯାଉ। ଏହି ଅର୍ଥ ଫେରସ୍ତ ପାଇଁ ସେ ଅଦାଲତଙ୍କ ଦ୍ବାରସ୍ଥ ହେବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।ସେ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ ଯେତେବେଳେ ଦେଶବ୍ୟାପୀ ପାଣ୍ଠି ସଂଗ୍ରହ ଅଭିଯାନ ଚାଲିଥିଲା, ସେତେବେଳେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ୧ ଲକ୍ଷ ୧୧ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।ରାମ ମନ୍ଦିର ପାଇଁ ଦୁଇ ଥର ଚାନ୍ଦା ଅଭିଯାନ ହୋଇଥିଲା। ପ୍ରଥମ ଥର ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରା ଅଭିଯାନ ସମୟରେ ଅର୍ଥ ଦାନ କରିଥିଲେ । କିନ୍ତୁ ପ୍ରଥମ ଥର ସଂଗୃହୀତ ଦାନ ଅର୍ଥର ହିସାବ ଦିଆଯାଇନଥିଲା । ଅଯୋଧ୍ୟାରେ ରାମ ମନ୍ଦିର ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ପରେ, ପାଣ୍ଠି ସଂଗ୍ରହ ଅଭିଯାନ ପୁଣି ଥରେ ଆରମ୍ଭ ହୋଇଥିଲା lଏହା ପୂର୍ବରୁ ମଧ୍ୟ ଦିଗବିଜୟ ସିଂହ ଏବଂ ଅନ୍ୟ ବିରୋଧୀ ଦଳର ନେତାମାନେ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା କରାଯାଇଥିବା ଜମି କିଣାବିକା ଏବଂ ଅନ୍ୟାନ୍ୟ ଆର୍ଥିକ କାରବାର ଉପରେ ପ୍ରଶ୍ନ ଉଠାଇଛନ୍ତି।

LEAVE A REPLY

Please enter your comment!
Please enter your name here