ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଇସ୍କନ ମଧ୍ୟରେ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ଗତ ୪ ଜୁଲାଇ ୨୦୨୬ରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଇସ୍କନ ଗଭର୍ଣ୍ଣିଙ୍ଗ ବଡି କମିଟି ଅଧ୍ୟକ୍ଷ ମଧୁସେବିତ ଦାସଙ୍କୁ ଏକ ଜରୁରୀ ପତ୍ର ଲେଖିଥିଲେ । ଏଥିରେ ସେ ୧୯ ଅକ୍ଟୋବର ୨୦୨୫ର ଜିବିସି ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ, ଯେଉଁଥିରେ ବିଦେଶରେ ମନଇଚ୍ଛା ତାରିଖରେ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।ତେବେ ୭ ଜୁଲାଇ ୨୦୨୬ରେ ଇସ୍କନ ଅଧ୍ୟକ୍ଷ ମଧୁସେବିତ ଦାସ ଏକ ଇମେଲ୍ ଜରିଆରେ ଗଜପତିଙ୍କ ଏହି ଆବେଦନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ଦୃଢ଼ତାର ସହ ଜଣାଇଛନ୍ତି ଯେ, “ଏହି ବିଷୟରେ ଅଧିକ କିଛି କହିବାର ନାହିଁ ଏବଂ ଆମେ ସମ୍ମାନର ସହ ଏହି ଆଲୋଚନାରୁ ସଦାସର୍ବଦା ପାଇଁ ଓହରି ଯାଉଛୁ।” ଇସ୍କନର ଏଭଳି ଏକତରଫା ଆଭିମୁଖ୍ୟ ପରେ ଗଜପତି ମହାରାଜା ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here