ମ୍ବାଇ: ୨୦୧୩ ଯୌନ ନିର୍ଯାତନା ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ତେହଲକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଗୋଆ ସେସନ୍ସ କୋର୍ଟ ତରୁଣଙ୍କୁ ଦୋଷମୁକ୍ତ କରିଥିବା ବେଳେ କୋର୍ଟଙ୍କ ଆଦେଶକୁ ରଦ୍ଦ କରିଛନ୍ତି ବମ୍ବେ ହାଇକୋର୍ଟ। ଭାରତୀୟ ଦଣ୍ଡବିଧି ସଂହିତା (IPC) ର ଧାରା ୩୭୬ (୨)(ଏଫ୍), ୩୫୪ (ଏ) ଏବଂ ୩୫୪ (ବି) ଅନୁଯାୟୀ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଧାରା ୩୭୬ ଅନୁଯାୟୀ ତେଜପାଲଙ୍କୁ ସର୍ବନିମ୍ନ ଦଶ ବର୍ଷରୁ ନେଇ ସର୍ବାଧିକ ଆଜୀବନ କାରାଦଣ୍ଡ ହୋଇପାରେ । ତେଜପାଲଙ୍କ ଓକିଲ ଆବାଦ ପୋଣ୍ଡା ସର୍ବନିମ୍ନ ଦଣ୍ଡ ପାଇଁ ଅନୁରୋଧ କରିଥିବା ବେଳେ ଗୋଆ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା “ନା ମାନେ ନା” ର ଏକ ଦୃଢ଼ ବାର୍ତ୍ତା ଦେବା ପାଇଁ ସର୍ବାଧିକ ଦଣ୍ଡ ଦେବାକୁ ଦାବି କରିଛନ୍ତି । ସୂଚନା ଥାଉ ଯେ, ୨୦୧୩ ନଭେମ୍ବର ୭ ଓ ୮ରେ ଗୋଆରେ ଏକ ହୋଟେଲ ଲିଫ୍ଟ ଭିତରେ ଏହି ବରିଷ୍ଠ ସାମ୍ବାଦିକ ତେଜପାଲ, ଜଣେ ପୂର୍ବତନ କନିଷ୍ଠ ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ନଭେମ୍ବର ୨୦୧୩ରେ ତରୁଣ ତେଜପାଲଙ୍କ ବିରୋଧରେ ଗୋଆ ପୋଲିସ ମାମଲା ରୁଜୁ କରିଥିଲା । ଏହାପରେ ତରୁଣ ତେଜପାଲଙ୍କୁ ଗିରଫ କରାଯାଇଥିଲା ।













