ଭୁବନେଶ୍ୱର:ଚନ୍ଦକା ଥାନା ଅଞ୍ଚଳର ପାଇକରାପୁରରେ ଥିବା ‘ଭୂତ ବଙ୍ଗଳା’ ନାମରେ ପରିଚିତ ଏକ ପରିତ୍ୟକ୍ତ କୋଠାରେ ଘଟିଥିବା ହତ୍ୟାକାଣ୍ଡର ରହସ୍ୟ ଖୋଲିଛି ପୁଲିସ।ପୁଲିସ ସୂଚନା ଅନୁସାରେ, ଗତ ୧ ତାରିଖରେ ଶୋଇବାକୁ ନେଇ ମହନୀ ଦାସ ଓ ବାପିଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବାପି ଗାଳିଗୁଲଜ କରିବା ସହ ବାଉଁଶ ଲାଠିରେ ମହନୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା lମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।lଏହି ଘଟଣା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ବାପି ମିଥ୍ୟା କାହାଣୀ କହିଥିଲା ସାଙ୍ଗମାନଙ୍କ ସାମ୍ନାରେ ଭୂତ ବଙ୍ଗଳା ନାଟକ ରଚି କହିଥିଲା ଯେ ଭୂତ ମହନୀକୁ ଛାତରୁ ଠେଲି ଦେବାରୁ ସେ ରକ୍ତାକ୍ତ ହୋଇ ତଳେ ପଡ଼ିଗଲା l ମହନୀ ଛାତରୁ ଖସିପଡ଼ିଥିବା କହି ତାଙ୍କୁ ହସ୍ପିଟାଲ ନେବା ସହ ଡାକ୍ତରଙ୍କୁ ମଧ୍ୟ ସେହି ସୂଚନା ଦେଇଥିଲା।ଏମ୍ସରୁ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ମହନୀଙ୍କ ମୃତ୍ୟୁ ହୋଇଥିଲା। ପରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିଥିଲା।ମହନୀଙ୍କ ପତ୍ନୀ କବିତା ଦାସଙ୍କ ଅଭିଯୋଗ ପରେ ଚନ୍ଦକା ପୁଲିସ ତଦନ୍ତ ଆରମ୍ଭ କରିଥିଲା।ପଚରାଉଚରା ସମୟରେ ବାପି ନିଜ ଦୋଷ ସ୍ୱୀକାର କରିଥିଲା । ଏହାପରେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି
I









