ଭୁବନେଶ୍ୱର: ଓଡ଼ିଶାରେ LPG ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାରୀ ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଚଢ଼ାଉ । ସାରା ରାଜ୍ୟରେ ଏପର୍ଯ୍ୟନ୍ତ ୩୭୯୨ଟି ସ୍ଥାନରେ ରେଡ୍ କରାଯାଇଛି। ବିଭାଗ ପକ୍ଷରୁ ଅଗଷ୍ଟ ୧୨ର ଅପଡେଟ୍ ଅନୁସାରେ, ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର LPG ସିଲିଣ୍ଡର ଜବତ ହୋଇଛି। ମୋଟ ୮୨୦୮ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। କେବଳ ଜବତରେ ସୀମିତ ରହିନାହିଁ ବିଭାଗର କାର୍ଯ୍ୟାନୁଷ୍ଠାନ। ଏହି ମାମଲାଗୁଡ଼ିକରେ ଏପର୍ଯ୍ୟନ୍ତ ୪୬ଟି FIR ରୁଜୁ ହୋଇଛି। ଏହାସହ Essential Commodities Act ଅଧୀନରେ ୪୯୨ଟି ମାମଲା ରୁଜୁ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରାଯାଇଛି। ଘରୋଇ ଗ୍ୟାସ୍ ସିଲିଣ୍ଡରର ବେଆଇନ ମହଜୁଦ ଏବଂ କଳାବଜାରୀ ଯୋଗୁଁ ସାଧାରଣ ଖାଉଟି ଅନେକ ସମୟରେ ଗ୍ୟାସ୍ ପାଇବାରେ ସମସ୍ୟାରେ ପଡ଼ନ୍ତି। ତେଣୁ ଗ୍ୟାସ୍‌ର ଅବୈଧ ମହଜୁଦକାରୀ ଓ ବ୍ଲାକ୍‌ ମାର୍କେଟିଂକୁ ରୋକିବା ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ LPGର ସୁଗମ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ଅଭିଯାନ ଚାଲିଛି। ବିଭାଗର ଏନଫୋର୍ସମେଣ୍ଟ ଟିମ୍‌ଗୁଡ଼ିକ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here