ୟୁପି: ଉତ୍ତର ପ୍ରଦେଶ ସରକାର ‘ଆନାଲଗ୍’ପନିର, କ୍ରିମ୍, ଘିଅ, ଛେନା ଏବଂ ଖୁଆ ଉପରେ କଟକଣା ଲଗାଇଛନ୍ତି। ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ ଯଦି କୌଣସି ସ୍ଥାନରେ ଭେଜାଲ (ମିଶ୍ରିତ) ଉତ୍ପାଦ ମିଳେ, ତେବେ ସମ୍ପୃକ୍ତ ୟୁନିଟ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଭେଜାଲ କ୍ଷୀର କିମ୍ବା କ୍ଷୀରଜାତ ଦ୍ରବ୍ୟ ଚିହ୍ନଟ ହୁଏ, ତେବେ ସମ୍ପୃକ୍ତ ଉତ୍ପାଦନକାରୀ ୟୁନିଟର ସମସ୍ତ ଉତ୍ପାଦ ଜବତ କରାଯିବ ଏବଂ ଯଦି ଏହା ଜନସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରେ, ତେବେ ଉକ୍ତ ୟୁନିଟକୁ ତୁରନ୍ତ ବନ୍ଦ କରିଦିଆଯିବ। ସରକାର ଘୋଷଣା କରିଛନ୍ତି ଯେ ‘ଖାଦ୍ୟ ସୁରକ୍ଷା ଓ ମାନକ ଆଇନ୍’ର ଧାରା ୩୪ ଅନୁଯାୟୀ ତୁରନ୍ତ କଟକଣା ଆଦେଶ ଜାରି କରାଯିବ ଏବଂ ଯଦି କ୍ଷତିକାରକ ରାସାୟନିକ ପଦାର୍ଥର ବ୍ୟବହାର ଚିହ୍ନଟ ହୁଏ, ତେବେ ସମ୍ପୃକ୍ତ ପକ୍ଷଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍ ରୁଜୁ କରାଯିବ। ଏହା ବ୍ୟତୀତ, ସମ୍ପୃକ୍ତ ବ୍ରାଣ୍ଡ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି କମ୍ପାନୀ କିମ୍ବା ବ୍ରାଣ୍ଡର ଉତ୍ପାଦଗୁଡିକ ଭେଜାଲ ସାମଗ୍ରୀ ପ୍ରସ୍ତୁତ କରୁଥିବା ପ୍ରମାଣିତ ହେଲେ ସମଗ୍ର ରାଜ୍ୟରେ ତାହାର ବିକ୍ରୟ ନିଷେଧ କରାଯିବ। ଅନେକ ସ୍ଥାନରେ, ଦୁଗ୍ଧ ଉତ୍ପାଦ ଉତ୍ପାଦନ ୟୁନିଟ ଗୁଡ଼ିକ ରିଫାଇନ୍ ତେଲ ଏବଂ ଚର୍ବି, ସୋୟାବିନ୍ ଉତ୍ପାଦ, ଟାଲକମ୍ ପାଉଡର, ଡିଟରଜେଣ୍ଟ, ଟାଇଟାନିୟମ୍ ଡାଇଅକ୍ସାଇଡ୍, ତରଳ ଗ୍ଲୁକୋଜ୍, ସାଫ୍ରୋଲାଇଟ୍, ରାନିପାଲ, ଟିନୋପାଲ, ହାଇଡ୍ରୋଜେନ୍ ପେରକ୍ସାଇଡ୍, ବିଭିନ୍ନ ନ୍ୟୁଟ୍ରାଲାଇଜର୍ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରୁଥିବାର ଦେଖାଯାଇଛି।କମ ମୂଲ୍ୟର, ନିମ୍ନମାନର ସାମଗ୍ରୀ ଏବଂ ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରି ନିର୍ମିତ ଏହି ଦୁଗ୍ଧ ଉତ୍ପାଦଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ପୂର୍ଵରୁ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଏବଂ ଛତିଶଗଡ଼ ସରକାର ମଧ୍ୟ ଆନାଲଗ୍ କ୍ଷୀର ଉତ୍ପାଦ ଉପରେ ନିଷେଧ ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here