ବେଙ୍ଗାଲୁରୁରେ ସ୍ଥାପିତ ହେବ ଭାରତର ପ୍ରଥମ ବିଟକଏନ ଏଟିଏମ. ତେବେ ଏହାକୁ ବହୁ ଜଲଦି କାର୍ଯ୍ୟକ୍ଷମ କରାଯିବ. ଏହାର ଗୋଟିଏ ପଟେ ଟ୍ରେଡିଂର ପ୍ଲାଟଫର୍ମ ଥିବା ବେଳେ ଅନ୍ୟପଟେ ଏକ୍ସଚେଞ୍ଜର ପ୍ଲାଟଫର୍ମ ରହିବ. ଏହା ସହ ଗ୍ରାହକମାନଙ୍କୁ ମଧ୍ୟ ଏହାର ବ୍ୟବହାର ପାଇଁ ଅନୁମତି ଦିଆଯିବ. ଏହି ଏଟିଏମକୁ ୟୁନୋକନ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ସ୍ଥାପନ କରାଯିବାକୁ ଥିବା ବେଳେ ଏହାକୁ ବେଙ୍ଗାଲୁରୁର ପୁରୁଣା ବିମାନ ବନ୍ଦର ନିକଟସ୍ଥ କେମ୍ପ୍ ଫର୍ଟ ମଲ୍ ପାଖରେ  ଅବସ୍ଥାପିତ କରାଯିବ ବୋଲି ଯୋଜନା ରହିଛି.  ଏହି ଏଟିଏମ ମାଧ୍ୟମରେ ଗ୍ରାହକମାନେ 10ଟି ବିଟକଏନ କୁ କିଣିବା କିମ୍ବା ବିକିବାରେ ସକ୍ଷମ ହେବେ. ତେବେ ଏହି କାରବାର ଭାରତୀୟ ମୁଦ୍ରାରେ ହିଁ କରାଯିବ. ଯାହାକୁ ପରେ ଗ୍ରାହକଙ୍କ ପସନ୍ଦ ଅନୁସାରେ ବଦଳା ଯାଇପାରିବ. ୟୁନୋକଏନର ପ୍ରତିନିଧିଙ୍କ ଅନୁସାରେ, ଏହି ଏଟିଏମର ଗୋଟିଏ ପାର୍ଶ୍ୱରେ ବିଟକଏନ ଓ ଏଥୋରିୟମ ପ୍ରଦାନ କରାଯିବ ଓ ଅନ୍ୟ ପାର୍ଶ୍ୱରେ 24ଟି ଭିନ୍ନ ଧରଣର କ୍ରିପ୍ଟୋକରେନ୍ସିର ଏକ୍ସଚେଞ୍ଜର ସୁବିଧା ଉପଲବ୍ଧ ହେବ. ଏହାକୁ ବ୍ୟବହାର କରିବାକୁ ହେଲେ ଗ୍ରାହକଙ୍କୁ ସବିଶେଷ ତଥ୍ୟ ଦେଇ ପ୍ରଥମେ ରେଜିଷ୍ଟର କରିବାକୁ ପଡିବ.

 

LEAVE A REPLY

Please enter your comment!
Please enter your name here