ଶ୍ରୋତାମାନଙ୍କ ଉପରେ  ନିଜ କଣ୍ଠର ଯାଦୁ ଖେଳାଇଥିବା ମହାନ ସଂଗୀତକାର ଏସ୍.ଡି ବର୍ମା ଓ କିଶୋକ କୁମାରଙ୍କ ପ୍ରତିମୂର୍ତ୍ତି କଲିକତାର ଏକ ଫ୍ୟାନ୍ସ କ୍ଲବରେ ଆସନ୍ତା ସପ୍ତାହରେ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି. ତେବେ ଏହାକୁ କିଶୋର କୁମାରଙ୍କ ପୁଅ ଓ ବିଶିଷ୍ଟ ଲୋକପ୍ରିୟ ଗାୟକ ଅମିତ୍ କୁମାକ ଅକ୍ଟୋବର 22 ତାରିଖରେ ଏହାକୁ ପ୍ରତିଷ୍ଠା କରିବାର କାର୍ଯ୍ୟକ୍ରମ ରହିଛି. ଏହା ପୂର୍ବରୁ ଏହି ଫ୍ୟାନ୍ସ କ୍ଲବ ସେଠାରେ ଥିବା ସାଉଥ୍ ଏଭିନ୍ୟୁ କିଟାଲା ରୋଡସ୍ଥିତ ଏକ ଜାଗାରେ ଆର୍.ଡି ବର୍ମାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ. ସେମାନେ କହିଛନ୍ତି, ଏସ୍.ଡି ବର୍ମା ଏଠାରେ ଥିବା ସାଉଥ୍ ଏଣ୍ଡ ପାର୍କରେ ପୂର୍ବରୁ ରହୁଥିଲେ. କିଶୋର କୁମାରଙ୍କର ମଧ୍ୟ ଏହି ସହର ସହ ଘନିଷ୍ଠ ସଂପର୍କ ରହିଛି. ଆଉ ସେ କଲିକତାର ରୁମା ଗୁହା ଠାକୁରତାଙ୍କୁ ବିବାହ ମଧ୍ୟ କରିଥିଲେ. ଆଉ ତାଙ୍କ ପୁଅ ଅମିତ କୁମାର ମଧ୍ୟ ଏଠାରେ କିଛି ବର୍ଷ ପର୍ଯ୍ୟନ୍ତ ରହିଥିଲେ.

LEAVE A REPLY

Please enter your comment!
Please enter your name here