ଚାଷୀଙ୍କ ଋଣ ପରିଶୋଧ କରିବେ ମେଗାଷ୍ଟାର ଅମିତାଭ ବଚ୍ଚନ. ଉତ୍ତର ପ୍ରଦେଶର 850 ଜଣ ଚାଷୀଙ୍କ ଋଣ ଶୁଝି ସେମାନଙ୍କୁ କରଜମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅମିତାଭ. 76 ବର୍ଷୀୟ ଏହି ସୁପରଷ୍ଟାର ପୂର୍ବରୁ ମଧ୍ୟ ମହାରାଷ୍ଟ୍ରର 350 ରୁ ଅଧିକ ଚାଷୀଙ୍କ ଋଣ ଶୁଝି ସେମାନଙ୍କୁ ଋଣ ମୁକ୍ତ କରିଥିଲେ. ଚାଷୀମାନଙ୍କୁ ସାହାଯ୍ୟ କରିବାରେ ଅମିତାଭଙ୍କୁ ଆତ୍ମସନ୍ତୋଷ ମିଳୁଥିବା ସେ ପ୍ରକାଶ କରିଛନ୍ତି. ଚାଷୀମାନେ ଆମକୁ ଖାଦ୍ୟ ଯୋଗାଉଛନ୍ତି ଓ ଦେଶ ପାଇଁ ବହୁତ ତ୍ୟାଗ ମଧ୍ୟ କରୁଥିବା ସେ କହିଛନ୍ତି. ଏହା ଦ୍ୱାରା ଚାଷୀମାନଙ୍କ ଆତ୍ମହତ୍ୟା ମଧ୍ୟ କିଛିକାଂଶରେ କମିଯିବ ବୋଲି ସେ କହିଛନ୍ତି. ସେ ଏହି ଋଣ ବାବଦରେ 850 କୋଟି ଟଙ୍କା ବ୍ୟାଙ୍କକୁ ପରିଶୋଧ କରିବେ. କେବିସି କର୍ମବୀର ସୋ ରେ ଭାଗ ନେଇଥିବା ଅଜିତ ସିଂଙ୍କୁ ମଧ୍ୟ ସେ ସାହାଯ୍ୟ କରିବେ ବୋଲି କହିଛନ୍ତି. ଗରିବ ପରିବାରର ଝିଅମାନଙ୍କୁ ଜବରଦସ୍ତ ବେଶ୍ୟାବୃତ୍ତିରେ ଲିପ୍ତ କରାଯାଉଥିବା ବେଳେ ଅଜିତ ସିଂ ସେଭଳି ଝିଅଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନଧାରଣରେ କିଭଳି ଉନ୍ନତି ଆସିପାରିବ, ସେ ଦିଗରେ କାର୍ଯ୍ୟ କରୁଛନ୍ତି.

LEAVE A REPLY

Please enter your comment!
Please enter your name here