ଅମୃତସରରେ ରାବଣପୋଡ଼ି ସମୟରେ ହୋଇଥିବା ହୃଦୟ ବିଦାରକ ଦୁର୍ଘଟଣା ଉପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଖି ପିଛୁଳାକେ ୬୧ଜଣ ଲୋକ ଆଖି ବୁଜି ଦେଇଛନ୍ତି ।ଅନେକ ଆହତ ମଧ୍ୟ ହୋଇଛନ୍ତି । ରେଳ ଧାରଣା ପାଖରେ ମେଳାର ଆୟୋଜନ ଓ ରାବଣ ପୋଡ଼ି କରିବାର ଅନୁମତି କେମିତି ମିଳିଲା? ଆୟୋଜନ ସମିତି ଏନେଇ ଅନୁମତି ନେଇ ଥିଲା କି ନାହିଁ? ଏହାର ଉତ୍ତରରେ ଦଶହରା କମିଟି ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ଜାରି କରାଯାଇଥିବା ଦୁଇଟି ଦସ୍ତାବିଜରେ ଗୋଟିଏ ପୁଲିସକୁ ଲେଖାଯାଇଥିବା ପତ୍ର ଓ ଅନ୍ୟଟି ପୁଲିସ ଦ୍ୱାରା ଦିଆଯାଇଥିବା ଏନ୍‌ଓସି ରହିଛି। ସୂଚନାଅନୁସାରେ ଦଶହରା କମିଟିକୁ ରେଳ ଧାରଣା ପାଖରେ ରାବଣ ପୋଡ଼ି ଓ ମେଳାର ଆୟୋଜନ କରିବାର ଅନୁମତି ମିଳିଥିଲା ବୋଲି ପ୍ରମାଣ କରିବାକୁ ସମିତି ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ପ୍ରଥମ ଚିଠିରେ କିମିଟି ତରଫରୁ ଅମୃତସରର ଧୋବି ଘାଟରେ ମେଳା ଲାଗିବା ପାଇଁ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପୁଲିସକୁ ଦିଆଯାଇଥିବା ଆବେଦନ ପତ୍ର ରହିଛି। ଅନ୍ୟ ପତ୍ରରେ ଏସଏସଆଇ ଦଲଜିତ ସିଂହଙ୍କ ପକ୍ଷରୁ ଜବାବ ଦିଆଯାଇଥିଲା ଯେ ମେଳା ଆୟୋଜନ ସମ୍ବନ୍ଧରେ କୌଣସି ଆପତ୍ତି ନାହିଁ, ଆପଣ ଆୟୋଜନ କରି ପାରିବେ। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ରେଳ ଧାରଣା ପାଖରେ ମେଳାର ଆୟୋଜନ କରିବା ପାଇଁ ପୁଲିସ ତରଫରୁ ସମ୍ପୂର୍ଣ୍ଣ ଅନୁମତି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here