ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ ବିଜେପି ଆଠଟି ରାଜ୍ୟସଭା ପ୍ରାର୍ଥୀ ନାମ ଘୋଷଣା କରିଛି | ପ୍ରକାଶିତ ତାଲିକାରେ ଧର୍ମପାଳ ସିଂହ, ରାଧାକାନ୍ତ ଓଝା, ପ୍ରକାଶ ପାଲ, ବିଦ୍ୟାସାଗର ସୋନକର, ଗୋପୀ କୃଷ୍ଣ ପାଣ୍ଡେ, ପ୍ରିୟଙ୍କା ସିଂହ ରାୱତ, ରାମ ପ୍ରତାପ ସିଂହ ଚୌହାନ ଏବଂ ଶ୍ରୁତି ଗଙ୍ଗୱାରଙ୍କ ନାମ ରହିଛି । ପ୍ରିୟଙ୍କା ରାୱତ ବାରାବାଙ୍କୀର ପୂର୍ବତନ ସାଂସଦ ଅଟନ୍ତି । ବରେଲୀର ଶ୍ରୁତି ଗଙ୍ଗୱାରଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ସେ ଝାଡ଼ଖଣ୍ଡର ବର୍ତ୍ତମାନର ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କ ଝିଅ । କାନପୁର-ବୁନ୍ଦେଲଖଣ୍ଡ ଅଞ୍ଚଳର ପୂର୍ବତନ ଆଞ୍ଚଳିକ ସଭାପତି ତଥା ବିଜେପି ଓବିସି ମୋର୍ଚ୍ଚାର ବର୍ତ୍ତମାନର ରାଜ୍ୟ ସଭାପତି ପ୍ରକାଶ ପାଲ ମଧ୍ୟ ସାମିଲ ଅଛନ୍ତି। ଦଳର ଏହି ନିଷ୍ପତ୍ତି ଫଳରେ କାନପୁର-ବୁନ୍ଦେଲଖଣ୍ଡ ରାଜନୀତିରେ ପ୍ରକାଶ ପାଲଙ୍କ ଭୂମିକା ଆଞ୍ଚଳିକ ସଂଗଠନ ସ୍ତରରୁ ଉନ୍ନୀତ ହୋଇ ରାଜ୍ୟ ଓ ଜାତୀୟ ସ୍ତରରେ ପହଞ୍ଚିବ । ବରିଷ୍ଠ ଆଇନଜୀବୀ ରାଧାକାନ୍ତ ଓଝାଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ରାଧାକାନ୍ତ ଆହ୍ଲାବାଦ ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଏବଂ ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି । ବିଜେପି ପୂର୍ବରୁ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିଥିଲା । ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଧର୍ମପାଲ ସିଂହଙ୍କୁ ଓ ଆଗ୍ରାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରାମପ୍ରତାପ ସିଂହ ଚୌହାନଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ମନୋନୀତ କରାଯାଇଛି ।

LEAVE A REPLY

Please enter your comment!
Please enter your name here