ରାଜ୍ୟରେ ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ଆୟୋଜନ କରିଥିଲା ସ୍ବାଭିମାନ ସଂକଳ୍ପ ସମାବେଶ. ମହିଳାଙ୍କ ଉପରେ ପାରିବାରିକ ହିଂସା ଠାରୁ ଆରମ୍ଭ କରି ନାବାଳିକା ବଳାତ୍କାର, ଯୌନ ଶୋଷଣ ଓ ଅପରାଧ ବଢି ଚାଲିଛି. ମହିଳାଙ୍କ ବିରୋଧରେ ହିଂସା ରୋକିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ମହିଳା କଂଗ୍ରେସ କହିଛି. ସ୍ବାଭିମାନ ସଂକଳ୍ପ ସମାବେଶରେ ଏଆଇସିସି ସଂପାଦକ ସନ୍ଧ୍ୟା ସାଓାଲାଖେ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମହିଳାଙ୍କ ଉପରେ ହେଉଥିବା ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ. ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ନାରୀନେତ୍ରୀ ଯୋଗ ଦେଇଥିଲେ.

LEAVE A REPLY

Please enter your comment!
Please enter your name here