ଭୁବନେଶ୍ୱର: ରାଜ୍ୟରେ 5T ସ୍କୁଲ୍ ରୂପାନ୍ତରଣ ଯୋଜନାରେ ହୋଇଥିବା ଅର୍ଥ ହେରଫେର ଅଭିଯୋଗର ତଦନ୍ତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ବିଧାନସଭାରେ 5T ସ୍କୁଲ୍ ଭିତ୍ତିଭୂମି ଓ ଅର୍ଥ ଖର୍ଚ୍ଚରେ ଅନିୟମିତତା ହୋଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଥିଲେ। ତାଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତଦନ୍ତ ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ହେଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି। ସୂଚନା ଅନୁସାରେ ଗତ ସରକାରଙ୍କ ସମୟରେ 5T ସ୍କୁଲ୍ ରୂପାନ୍ତରଣ ପାଇଁ ସିଏସ୍‌ଆର୍ , ଓଏମ୍‌ବିଏଡିସି ଏବଂ ମନରେଗା ପାଣ୍ଠିରୁ ମୋଟ ୩୮୭ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା।ମନ୍ତ୍ରୀ ଗୃହରେ ଉତ୍ତର ରଖିବା ସମୟରେ କହିଥିଲେ ଯେ ଗତ ସରକାର ସମୟରେ କେବଳ ଘୋଷଣା ହୋଇଥିଲା କିନ୍ତୁ ଅର୍ଥ ଦିଆଯାଇନଥିଲା ଏବଂ ବର୍ତ୍ତମାନର ସରକାର ଆସିବା ପରେ ଏହି ଅର୍ଥ ପୈଠ କରାଯାଇଛି। ମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ବିଧାନସଭାରେ ବିଜେଡି ସଦସ୍ୟମାନେ ପ୍ରତିବାଦ କରିବା ସହ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା।

LEAVE A REPLY

Please enter your comment!
Please enter your name here