ଓକିଲଙ୍କ ଆନ୍ଦୋଳନରେ ପଶିଗଲା ରାଜନୀତି. ଦୁଇମାସରୁ ଅଧିକ ଦିନ ଚାଲିଥିବା ଓକିଲ ଆନ୍ଦୋଳନକୁ ରାଜନେତାମାନେ ଲାଗିପଡି ଫଟେଇଦେଲେ. ବିଜେଡି ଲିଗାଲ ସେଲ୍ ଆନ୍ଦୋଳନରୁ ଓହରିବା ପରେ ହାଇକୋର୍ଟ ବାର୍ ଆସୋସିଏସନ ଦୁଇଭାଗ ହୋଇଗଲା. ଆଉ ଆଜି ରାଜନୈତିକ ଷଡଯନ୍ତ୍ରର ଭୟଙ୍କର ପରିଣାମ ଦେଖିବାକୁ ମିଳିଲା. କାର୍ଯ୍ୟରେ ଯୋଗ ଦେବା ପାଇଁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଓକିଲମାନେ ବାର ଆସୋସିଏସନ ମଧ୍ୟକୁ ଜୋର ଜବରଦସ୍ତ ପ୍ରବେଶ କରିବା ପାଇଁ ଉଦ୍ୟମ କରିବା ପରେ ମୁହାଁମୁହିଁ ହୋଇଥିଲେ ଦୁଇ ଓକିଲ ଗୋଷ୍ଠୀ. ଠେଲାପେଲା ଓ ଧସ୍ତାଧସ୍ତି ଭିତରେ ବାର୍ ଆସୋସିଏସନ ରଣକ୍ଷେତ୍ର ପାଲଟିଗଲା. ଆକ୍ରମଣ ପ୍ରତିଆକ୍ରମଣରେ ରକ୍ତାକ୍ତ ହୋଇଛନ୍ତି  ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଓକିଲ ଅସୀମ ଅମିତାଭ ଓ ମିଲନ କାନୁନଗୋ. ବାର୍ ଆସୋସିଏସନ ମଧ୍ୟକୁ ଅଣଆଇନଜୀବୀ ପ୍ରବେଶ କରିଥିବା ନେଇ ଅଭିଯୋଗ ହୋଇଛି. ପରସ୍ପର ବିରୋଧରେ ଚାରୋଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି. ମଙ୍ଗଳବାର ବାର୍ ଆସୋସିଏସନର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି. ଆନ୍ଦୋଳନ ସଂପର୍କରେ ଆସନ୍ତାକାଲି ସଂଘ ନିଷ୍ପତ୍ତି ନେବ.

LEAVE A REPLY

Please enter your comment!
Please enter your name here