ପୁଣି ଉଠିଛି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି। ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଦୋହରାଇଛନ୍ତି। ଭୁବନେଶ୍ୱରରେ ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମେଣ୍ଟ ସରକାର ସମୟରେ ଓଡିଶାକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ମାତ୍ର ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ କେନ୍ଦ୍ର ଓଡିଶାର ଦାବି ଶୁଣୁନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ଲୋକେ ପୁଣି ବିଜେପିକୁ ଏହାର ଜବାବ ଦେବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।
ଶୁକ୍ରବାର ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟାର ଦାବି ଦୋହରାଇଥିଲେ। ଏହି ପଦଯାତ୍ରାରେ ବିଜେଡିର ବରିଷ୍ଠ ନେତାଙ୍କ ସହ ଦଳୀୟ ସଦସ୍ୟମାନେ ଯୋଗଦେଇଥିଲେ।
ଏହାସହ ନବୀନ କହିଛନ୍ତି ଯେ, ବିଜେପି ସହିତ ୨୦୦୯ ପର୍ୟ୍ୟନ୍ତ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ମେଣ୍ଟ ହୋଇଥିଲା। ଓଡ଼ିଶା ପ୍ରତି ବର୍ଷ ପ୍ରାକୃତିକ ବିପର୍ୟ୍ୟୟର ସାମ୍ନା କରୁଛି । ଏହା କ’ଣ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବା ପାଇଁ କାରଣ ନୁହେଁ କି ? ଏଭଳି କିଛି ପ୍ରଶ୍ନ ବାଣରେ କେନ୍ଦ୍ର ସରକାରଙ୍କୁ ଘାଇଲା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here