କିଛିଦିନ ତଳେ କେରଳରେ ଆୟୋଜିତ ହୋଇଥିବା ସାକ୍ଷରତା ପରୀକ୍ଷାରେ ୯୬ ବର୍ଷୀୟା ବୃଦ୍ଧା କାର୍ଥିୟାନି ଆମ୍ମା ସର୍ବୋଚ୍ଚ ୯୮ ନମ୍ବର ରଖି ଇତିହାସ ସୃଷ୍ଟି କରିଥିଲେ। ସମସ୍ତଙ୍କୁ ପଛରେ ପକାଇଥିବା ଆମ୍ମାଙ୍କୁ କେରଳର ଶିକ୍ଷାମନ୍ତ୍ରୀ ରବିନ୍ଦ୍ରନାଥ ବୁଧବାର ଏକ ଲାପଟପ୍‌ ଉପହାର ଦେଇଛନ୍ତି। ଆମ୍ମା କମ୍ପ୍ୟୁଟର ଶିଖିବାକୁ ଇଚ୍ଛା ପ୍ରକାଶ କରିଥିବା ଶୁଣିବା ପରେ ଶିକ୍ଷାମନ୍ତ୍ରୀ ତାଙ୍କ ଘରକୁ ଯାଇ ଉକ୍ତ ଲାପଟପଟି ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, କେରଳକୁ ସମ୍ପୂର୍ଣ୍ଣ ସାକ୍ଷର କରିବା ଉଦ୍ଦେଶ୍ୟରେ ୪୩,୩୩୦ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସାକ୍ଷରତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ଆମ୍ମା ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ।

LEAVE A REPLY

Please enter your comment!
Please enter your name here