ଆସନ୍ତା ନଭେମ୍ବର 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା. ଏଥିପାଇଁ ଏବେଠାରୁ ବାଲିଯାତ୍ରା ବ୍ୟବସାୟୀ ନିଜର ଦୋକାନ ପକେଇବା ପାଇଁ ପ୍ରସ୍ତୁତି ହେବା କଥା. ମାତ୍ର ପ୍ରଶାସନ ସେମାନଙ୍କ ପାଇଁ ଜମି ଆବଣ୍ଟନରେ କରିଥିବା ଅବହେଳା ଓ ମନମୁଖୀ କାର୍ଯ୍ୟ ପାଇଁ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଅଭିଯୋଗ ହୋଇଛି. ବ୍ୟବସାୟୀମାନେ ପକାଇଥିବା ଷ୍ଟଲକୁ ପ୍ରଶାସନ ଉଠାଇଦେଇଛି. ଏହି ଘଟଣାକୁ ନେଇ ପ୍ରଶାସନ ସହ କୌଣସି ପ୍ରକାର ଆଲୋଚନା କରାଯିବ ନାହିଁ ବୋଲି ସଂଘ କହିଛି ଏବଂ ବିଧାୟକ ଏହି ମାମଲାରେ ହସ୍ତକ୍ଷେପ କଲେ ସଂଘ ଆଲୋଚନା କରିବ ବୋଲି ସ୍ପଷ୍ଟିକରଣ କରିଛି. ତେବେ କଟକ ବାଲିଯାତ୍ରାକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବା ବେଳେ ଏ ପର୍ଯ୍ୟନ୍ତ ଚାରି ହଜାର ବର୍ଗଫୁଟ ଜମି ଆବଣ୍ଟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ.

LEAVE A REPLY

Please enter your comment!
Please enter your name here