ରାଉରକେଲା: ପୁରାଣ ଯୁଗରୁ ଆମେ ଆଜି ପ୍ରଯୁକ୍ତି ଜ୍ଞାନର ଯୁଗରେ ପାଦ ଥାପିଛେ । ପ୍ରତିକ୍ଷଣ ବିଜ୍ଞାନର କଥା କହୁଛେ । ହେଲେ ଆଜି ବି ଏହି ବିଜ୍ଞାନର ମଣିଷ ମୁକୁଳିପାରିଛି କି ଅନ୍ଧବିଶ୍ୱାସର ମାୟାଜାଲରୁ? ଆଜି ବି ମଣିଷ ମନରେ ଗୁଣି ଗାରେଡ଼ି, ଭୂତ, ପ୍ରେତ, ଡାହାଣୀ ଭଳି କେତେକ ଅନ୍ଧବିଶ୍ୱାସ ଜମାଟ ବାନ୍ଧି ରହିଛି । ଏହାର ପଛରେ ରହିଛି ଗ୍ରାମୀଣ କ୍ଷେତ୍ରର ଅଶିକ୍ଷା । କେଉଁଠି ଡାହାଣୀ, ଗୁଣିଗାରେଡ଼ି ସନେ୍ଦହରେ କାହାକୁ ଅକଥନୀୟ ଯନ୍ତ୍ରଣା ଦିଆଯାଉଛି ତ କେଉଁଠି ହତ୍ୟା ଭଳି ଏକ ଜଘନ୍ୟ ଅପରାଧକୁ ଆପଣେଇ ନିଆଯାଉଛି । ରାଉରକେଲା, ପୋଲିସ୍ ଚୌକ ଛକ ଅନ୍ତର୍ଗତ ଜଗଦିଶପୁର ଗ୍ରାମରେ ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଦୃଦ୍ଧାଙ୍କୁ ଗୁଣି ଗାରେଡ଼ି ସନେ୍ଦହରେ ହତ୍ୟା କରାଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭିଯୁକ୍ତକୁ ଗିରଫ କରାଯାଇ ଘଟଣାର ବିଭିନ୍ନ ଦିଗ ପ୍ରତି ଛାନଭିନ ଚାଲିଛି ।

ଶନିବାର ସନ୍ଧ୍ୟାରେ ଜଗଦିଶପୁର ଗ୍ରାମର ୬୫ ବର୍ଷିୟ ବିର୍ସୀ ବାର୍ଲା ନିଜ ଘରେ ବସି ଚଟେଇ ବୁଣୁଥିଲେ । ସେହି ସମୟରେ ଗ୍ରାମର ଘନଶ୍ୟାମ ଏକ ଧାରୁଆ ହତିଆର ସହ ଆସି ପଛପଟୁ ବୃଦ୍ଧଙ୍କ ଗଳାରେ ଚୋଟ ମାରିଲା । ଏହି ଦୃଶ୍ୟ ଦେଖି ବୃଦ୍ଧଙ୍କ ବୋହୁ ଘଟଣା ସ୍ଥଳକୁ ଆସି ତାଙ୍କୁ ବଞ୍ଚେଇବା ନେଇ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଘନଶ୍ୟାମ ତାଙ୍କୁ ହତିଆର ଦେଖାଇ ଧମକ ଦେବା ସହ ସେଠାରୁ ଫେରାର ହୋଇଯାଇଥିଲା । ପରିବାର ଲୋକେ ବିର୍ସୀଙ୍କୁ ଡାକ୍ତରଖାନା ନେବା ବାଟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତୁ୍ୟ ହୋଇଥିଲା । ବୃଦ୍ଧଙ୍କ ପୁଅ ମୁନା ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏହାପରେ ଏସ୍ଡିପିଓ ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ଥାନା ଅଧିକାରୀ ମନୋଜ ନାୟକ ଘଟଣାସ୍ଥଳରେ ପହଞ୍ଚô ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି । ପ୍ରକାଶ ଥାଉକି ଘନଶ୍ୟାମଙ୍କ ପରିବାର ବାରମ୍ବାର ବେମାର ପଡ଼ିବାରୁ ବିର୍ସୀ ଗୁଣି ଗାରେଡ଼ି କରୁଥିବା ତାଙ୍କର ସନେ୍ଦହ ଥିଲା ।

LEAVE A REPLY

Please enter your comment!
Please enter your name here