କ୍ୟାନସର ରୋଗୀଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା.  ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ସୁପର ସ୍ପେଶାଲିଟି ହସ୍ପିଟାଲ . ଏନେଇ ଖୁବଶିଘ୍ର ସ୍ଥାନ ଚିହ୍ନଟ ହେବ . ଗ୍ରିନଫିଲ୍ଡ  ମେମୋରିଆଲ ହସ୍ପିଟାଲ ନାମରେ ଏହାର ନାମକରଣ କରାଯିବ , ରାଜ୍ୟ ସଚିବାଳୟଠାରେ ସୋମବାର ଦିନ ଟାଟା ଗ୍ରୁପ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପ୍ରଥମ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି . ଏହି ତ୍ରିସ୍ତରୀୟ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ଆଚାର୍ଯ୍ୟ ହରିହର ହସ୍ପିଟାଲର ଉନ୍ନତିକରଣ କରାଯିବ . ଦ୍ୱିତୀୟ ପର୍ଯ୍ୟାୟରେ ସରକାରୀ ମେଡିକାଲ କଲେଜରେ କ୍ୟାନସର ଚିକିତ୍ସାରେ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରାଯିବ . ତୃତୀୟ ପର୍ଯ୍ୟାୟରେ 13 ଟି ଜିଲ୍ଲାରେ ଡିଷ୍ଟ୍ରିକ୍ ସେଣ୍ଟର ଖୋଲାଯାଇ କ୍ୟାନସର ଡାଇଗ୍ନୋସିସ୍ କରାଯିବାର ବ୍ୟବସ୍ଥା କରାଯିବା ପାଇଁ ସୋମବାର ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି . ପ୍ରକଳ୍ପକୁ ପାଞ୍ଚ ବର୍ଷ ମଧ୍ୟରେ ଶେଷ କରିବାକୁ ଯୋଜନା ରଖାଯାଇଛି . ଖର୍ଚ୍ଚ ଅଟକଳ 1 ହଜାର କୋଟି ହୋଇଥିବା ବେଳେ ଏନେଇ ଗତ ମେ ମାସରେ ରାଜ୍ୟ ସରକାର ଓ  ଟାଟା ଗ୍ରୁପ୍ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି . ଓଡିଶା କ୍ୟାନସର କେୟାର ଫାଉଣ୍ଡେସନ ଗଠନ କରାଯାଇ ଏହାର ତତ୍ୱାବଧନରେ ସମସ୍ତ କାର୍ଯ୍ୟ ପରିଚାଳିତ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟଶାସନ ସଚିବ .

LEAVE A REPLY

Please enter your comment!
Please enter your name here