ଦୁଷ୍କର୍ମ ଓ ଯୌନ ଉତ୍ପୀଡନର ଶିକାର ପିଡୀତାଙ୍କର ନାମ ଓ ପରିଚୟ ପ୍ରକାଶ କରାଯିବା ଅନୁଚିତ ବୋଲି ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଖବର କାଗଜ ହେଉ ଅବା ଇଲେକ୍ଟ୍ରୋନିକ ମିଡିଆରେ ଦୁଷ୍କର୍ମ ଓ ଯୌନ ଉତ୍ପିଡନର ଶୀକାର ହୋଇଥିବା ପିଡୀତାଙ୍କ ନାମ ଆଦୌ ପ୍ରଘଟ କରିବେ ନାହିଁ ବୋଲି ଜଷ୍ଟିସ ମଦନ ବି ଲୋକୁରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନିଦେ୍ର୍ଦଶ ଦେଇଛନ୍ତି ।
ଅଦାଲତ କହିଛନ୍ତି ଯେ, ଦୁଷ୍କର୍ମ ଓ ଯୌନଉତ୍ପୀଡ଼ନ ମାମଲାରେ ଦାଏର କରାଯାଇଥିବା ଏଫ୍‌ଆଇଆର୍‌ଗୁଡ଼ିକୁ ମଧ୍ୟ ପୁଲିସ ପବ୍ଲିକ୍‌ ଡୋମେନ୍‌ରେ ପ୍ରକାଶ କରିବେ ନାହିଁ । ନାବାଳିକାଙ୍କ କ୍ଷେତ୍ରରେ ଘଟିଥିବା ମାମଲା ପ୍ରତି ମଧ୍ୟ ସମାନ ନିୟମ ଲାଗୁ ହେବ।

ଶୀର୍ଷ ଅଦାଲତ କହିଛନ୍ତି ଯେ ସମାଜରେ ଦୁଷ୍କର୍ମ ପୀଡ଼ିତାମାନଙ୍କୁ ଅସ୍ପୃଶ୍ୟ ଭାବେ ବ୍ୟବହାର କରିବା ଦୁଃଖର ବିଷୟ।

LEAVE A REPLY

Please enter your comment!
Please enter your name here