ପେଟ ପାଟଣା ପାଇଁ ଦେଶ ଛାଡି ଦାଦାନ ଖଟିବାକୁ ଯାଉଛନ୍ତି ବହୁ ଓଡିଆ । ହେଲେ ସେଠାରେ ପାଉଛନ୍ତି ଅକଥନୀୟ ନିର୍ଯାତନା । ଓମାନାର ରାଜଧାନୀ ମସ୍କଟଠାରେ ଏହି ଘଟଣା ଦେଖିବାକୁ ମିଳିଛି । ରୋଜଗାର ପାଇଁ ଯାଇଥିବା ୧୭ ଜଣ ଓଡିଆ ଶ୍ରମିକ ସେଠାରେ ଫସି ରହିଛନ୍ତି । ସେମାନଙ୍କ ଉପରେ ବହୁ ନିର୍ଯ୍ୟାତନା କରାଯାଉଥିବାର ଏକ ଭିଡିଓ କରି ସେମାନେ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଗଂଜାମ ଆସିକା, କୋଦଳା ଓ ଛତ୍ରପୁରର ୮ ଜଣ ଶ୍ରମିକ ଥିବା ବେଳେ ଅନ୍ୟ ୮ଜଣ ଭୁବନେଶ୍ୱର ଓ ବାଲେଶ୍ୱରର ବୋଲି ଜଣାପଡ଼ିଛି ।
ଜେ ଆଣ୍ଡ ପି ନାମକ ଏକ ଘରୋଇ କଂପାନୀରେ ହେଲପର କାମ ପାଇଁ ଏମାନେ ଓମାନ ଯାଇଥିଲେ । ମାତ୍ର ସେମାନଙ୍କୁ ଦୀର୍ଘ ୫ମାସ ହେବ ଦରମା ଦେଇନଥିବା ବେଳେ ଖାଇବା ପିଇବା ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଏପରିକି କଂପାନୀ କତୃପକ୍ଷ ସେମାନଙ୍କ ପାସପୋର୍ଟ ଛଡ଼ାଇ ରଖିଥିବା ଅଭିଯୋଗ ହୋଇଛି ।
ଖାଲି ଓଡ଼ିଶା ନୁହନ୍ତି ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ପ୍ରାୟ ୧୨ଶହ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ପ୍ରତିବାଦରେ ଭାରତୀୟ ଶ୍ରମିକ ମାନେ କମ୍ପାନୀ ସାମ୍ନାରେ ଆନ୍ଦୋଳନ କରିଥିଲେ ମଧ୍ୟ ସୁଫଳ ମିଳିପାରିନି ।