ଦୁର୍ବଳ ହେଉଛି ବାତ୍ୟା ‘ପେଥାଇ’। ବାତ୍ୟା ସ୍ଥଳଭାଗ ଛୁଇଁଲା ପରେ ଦୁର୍ବଳ ହୋଇଛି । କିନ୍ତୁ ବାତ୍ୟା ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରରେ ଗତକାଲି ରାତିରୁ ଝିପି ଝିପି ବର୍ଷା ଲାଗି ରହିଛି । ପାଗ କୋହଲା ରହିବା ସହ ଶୀତ ବଢିଛି । ବଲାଙ୍ଗିରରେ ସର୍ବାଧିକ ୯୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ଆଛି। ସେହିଭଳି ଗଞ୍ଜାମ, ପୁରୀ, କନ୍ଧମାଳ, ନୂ‌ଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ତେବେ ରାଜ୍ୟରେ ଚାରିଆଡ଼େ କୋହଲା ପାଗ ଥିବା ବେଳେ ଆଜି ଅପରାହ୍ନ ବେଳକୁ ପାଗରେ କିଛିଟା ପରିବର୍ତ୍ତନ ହୋଇପାରେ ।
ଅନ୍ୟପଟେ ବାତ୍ୟା ପେଥାଇ ଯୋଗୁଁ ଅଦିନିଆ ବର୍ଷା ଫଳରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଚାଷ ଜମି, ମଣ୍ଡି ଓ ଖଳାରେ ପଡିଛି ଧାନ । ବର୍ଷା ଆଶଙ୍କାରେ ଧାନକୁ ଖଳାକୁ ଆଣିଥିଲା ଚାଷୀ । କିନ୍ତୁ ଏବେ ବର୍ଷା ଦାଉ ସାଜିଛି । ଧାନ ଓ ପରିବା ଫସଲରେ ପାଣି ପଶିବା ଫଳରେ ଫସଲ ନଷ୍ଟ ହୋଇଛି । ସେପଟେ କଟାଯାଇଥିବା ଧାନକୁ ଚାଷୀ ଖଳାରେ ରଖିଥିବା ବେଳେ ଏବେ ବର୍ଷାରେ ସେସବୁ ଓଦା ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ।
ଅନ୍ୟପଟେ ବାତ୍ୟା ‘ପେଥାଇ’ ଯୋଗୁଁ ଅଦିନିଆ ବର୍ଷା ଫଳରେ ଚିନ୍ତାରେ ଚାଷୀ । ଚାଷ ଜମି, ମଣ୍ଡି ଓ ଖଳାରେ ପଡିଛି ଧାନ । ବର୍ଷା ଆଶଙ୍କାରେ ଧାନକୁ ଖଳାକୁ ଆଣିଥିଲା ଚାଷୀ । କିନ୍ତୁ ଏବେ ବର୍ଷା ଦାଉ ସାଜିଛି । ଧାନ ଓ ପରିବା ଫସଲରେ ପାଣି ପଶିବା ଫଳରେ ଫସଲ ନଷ୍ଟ ହୋଇଛି । ବାତ୍ୟା ‘ପେଥାଇ’ ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ବର୍ଷାରେ ଫସଲ ନଷ୍ଟ ହୋଇଥିଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିବ । ବୀମା କରିଥିବା ଚାଷୀ ମାନଙ୍କୁ ସହାୟତା ମିଳିବ । ଅନ୍ୟମାନଙ୍କୁ ଏସଡିଆରଏଫ ଫଣ୍ଡ ଅନୁଯାୟୀ ସହାୟତା ମିଳିବ ବୋଲି ଏସଆରସି ସୂଚନା ଦେଇଛନ୍ତି । କ୍ଷତିପୂରଣ ନେଇ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ କ୍ଷତିପୂରଣ ଦିଆଯିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here