ରିଲାଏନ୍ସ ଜିଓ ଟେଲିକମ୍ ମାର୍କେଟକୁ ଆସିବାର ପାଖାପାଖି 2 ବର୍ଷ ହୋଇଗଲାଣି ଏବଂ ଏହା ଭିତରେ ରିଲାଏନ୍ସ ଜିଓ ଅନ୍ୟ ଟେଲିକମ କମ୍ପାନୀକୁ ଧୂଳି ମଧ୍ୟ ଚଟାଇସାରିଲାଣି. ରିଲାଏନ୍ସ ଜିଓ ଆସିବା ପୂର୍ବରୁ ଅନ୍ୟ କମ୍ପାନୀମାନେ ଅଧିକ ମୂଲ୍ୟରେ ଡାଟା ଦେଉଥିଲେ. ସେତେବେଳେ 1ଜିବି ଡାଟା ପାଇଁ 300 ଟଙ୍କା ଦେବାକୁ ପଡିଥିଲା ଏବଂ କଲିଂ ପାଇଁ ମଧ୍ୟ ଅଲଗା ଦେୟ ଦେବାକୁ ପଡୁଥିଲା. ମାତ୍ର ଏବେ ଟେଲିକମ ମାର୍କେଟ ଅବସ୍ଥାରେ ବହୁ ପରିବର୍ତ୍ତନ ଆସିଛି. ଆଉ କମ ଟଙ୍କାରେ ଗ୍ରାହକଙ୍କୁ ଡାଟା ଉପଲବ୍ଧ ହେଉଛି. ରିଲାଏନ୍ସ ଜିଓର 101 ଟଙ୍କିଆ ଅଫର ସବୁ କମ୍ପାନୀଙ୍କ ମୁହଁ ବନ୍ଦ କରିଦେଇଛି. ତେବେ ଏହି ଅଫର କେବଳ ସେହି ଗ୍ରାହକଙ୍କ ପାଇଁ ଯେଉଁମାନେ 4ଜି ଡାଟା ଲିମିଟ ସରିବା ପରେ ମଧ୍ୟ 4ଜି ସ୍ପିଡ ଇଣ୍ଟରନେଟ ଚାହୁଁଛନ୍ତି ଏହାସହ ରିଲାଏନ୍ସ ଜିଓର 101 ଟଙ୍କିଆ ପ୍ଲାନରେ ଜିଓ ଗ୍ରାହକଙ୍କୁ 6 ଜିବି ଡାଟା ମଧ୍ୟ ଉପଲବ୍ଧ ହୋଇପାରିବ.











