ଭାରତୀୟ ମହିଳା କ୍ରିକେଟ ଟିମ୍ ର ନୂଆ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଡବ୍ଲ୍ୟୁ.ଭି ରମଣ. 53 ବର୍ଷୀୟ ରମଣଙ୍କ ନାମ ରେ ବିସିସିଆଇ ଏହି ମୋହର ମାରିଛି. ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ରମଣ ଭାରତ ପାଇଁ 11ଟି ଟେଷ୍ଟ ମ୍ୟାଚ ଖେଳିବା ସହ 27ଟି ଦିନିକିଆ ମ୍ୟାଚ ଖେଳିଛନ୍ତି. 1992-93 ମସିହାରେ ସାଉଥ ଆଫ୍ରିକାରେ ଶତକ ମାରିଥିବା ପ୍ରଥମ ଭାରତୀୟ ଭାବେ ଆଜି ବି ସମସ୍ତେ ରମଣଙ୍କୁ ମନେରଖିଛନ୍ତି. ଏହି ପଦବୀ ପାଇଁ ବିସିସିଆଇକୁ 28ଟି ଆବେଦନ ମିଳିଥିଲା. ଯାହା ମଧ୍ୟରୁ ଚୟନ ହୋଇଥିବା ବ୍ୟକ୍ତିଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା. ସେମାନଙ୍କ ମଧ୍ୟରେ ଭେଙ୍କଟଶ ପ୍ରସାଦ, ମନୋଜ ପ୍ରଭାକର, ଟ୍ରେଣ୍ଟ ଜନଷ୍ଟନ, ଦିମିତ୍ରି ମାସ୍କରେହ୍ନାସ, ବ୍ରାଡ ହଜ୍ ଏବଂ କଳ୍ପନା ଭେଙ୍କଟାଚାରଙ୍କ ଭଳି ବ୍ୟକ୍ତି ସାମିଲ ଥିଲେ. ତନ୍ମଧ୍ୟରୁ ଜନଷ୍ଟନ ଓ ରମଣଙ୍କୁ ସର୍ଟଲିଷ୍ଟ କରାଯାଇଥିଲା. ପରବର୍ତ୍ତୀ ସମୟରେ ଏହି ଦାୟିତ୍ୱ ରମଣଙ୍କୁ ଦିଆଯାଇଥିଲା. ତେବେ ରମଣ ନିଜର ଶେଷ ମ୍ୟାଚ ସାଉଥ ଆଫ୍ରିକା ବିପକ୍ଷରେ 1997 ମସିହାରେ ତେନ୍ଦୁଲକରଙ୍କ ଅଧିନାୟକତ୍ୱରେ ଖେଳିଥିଲେ.

LEAVE A REPLY

Please enter your comment!
Please enter your name here