ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୨୦ ଟଙ୍କିଆ ନୋଟ ଜାରି କରାଯିବ । ଆରବିଆଇ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ , ୨୦୧୬ ମାର୍ଚ୍ଚ ୩୧ ସୁଦ୍ଧା ୪୯୨ କୋଟି ୨୦ ଟଙ୍କିଆ ନୋଟ ପ୍ରଚଳିତ ଥିବାବେଳେ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ସେଥିରେ ଦୁଇ ଗୁଣ ବୃଦ୍ଧି ଘଟିଛି । ମୋଟ ପ୍ରଚଳିତ ନୋଟରେ ୨୦ ଟଙ୍କିଆ ନୋଟର ଅନୁପାତ ୯.୮ ପ୍ରତିଶତ । ଚାହିଦାକୁ ଦୃଷ୍ଟିରେ ରଖି ଆହୁରି ୨୦ ଟଙ୍କିଆ ନୋଟ ଛପାଯିବ । ଏହାପୂର୍ବରୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିଛବି ଥାଇ ଆରବିଆଇ ଦ୍ୱାରା ନୂଆ ୧୦ ଟଙ୍କିଆ , ୫୦ ଟଙ୍କିଆ , ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ ଜାରି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here