କେରଳରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସାରା ଦେଶରୁ ସାହାଯ୍ୟର ସୁଅ ଛୁଟିବାରେ ଲାଗିଛି. ଏହାକୁ ବାଦ ଦେଲେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ କେରଳର ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ 21 କୋଟି ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଥିବା ବେଳେ ଫାଉଣ୍ଡେସନ ପକ୍ଷରୁ ପୁର୍ନବାସ ଓ ଥଇଥାନ କାର୍ଯ୍ୟ ପାଇଁ  51 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଛି. ରିପୋର୍ଟ ଅନୁସାରେ, ଭାରତୀୟ କମ୍ପାନୀ ଓ ସାରା ରାଜ୍ୟର ସାହାଯ୍ୟ ତୁଳନାରେ ରିଲାଏନ୍ସର ସାହାଯ୍ୟ ସବୁଠୁ ବେଶୀ. ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ନୀତା ଅମ୍ବାନୀ କହିଛନ୍ତି, ବିପର୍ଯ୍ୟୟରେ ଭାଙ୍ଗି ଯାଇଥିବା ସ୍କୁଲ,କଲେଜ ଓ ହସ୍ପିଟାଲର ପୁନଃ ମରାମତି କରାଯିବ.

LEAVE A REPLY

Please enter your comment!
Please enter your name here