ଶୀତରେ ଥରୁଛି ସାରା ଓଡିଶା । ଥଣ୍ଡାର ପ୍ରକୋପ ଅଧିକ ଥିବାରୁ ଲୋକେ କମ୍ବଳ ଚାଦର ଭିତରେ ପଶି ରହୁଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ କେହି କେହି ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି । ବ୍ୟାପକ ତୁଷାରପାତ, ପ୍ରବଳ କୁହୁଡି ସାଙ୍ଗକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୯ଟା ପର୍ଯ୍ୟନ୍ତ ଘରୁ ବାହାରୁନାହାଁନ୍ତି ଲୋକେ । କଳାହାଣ୍ଡିର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁରରେ ହାଡ ଭଙ୍ଗା ଶୀତ । ଏଠାରେ ଥଣ୍ଡା ଥାର୍ଡ ଡିଗ୍ରୀ ତାପମାତ୍ରା ଛୁଇଁଛି । ସବୁଆଡେ ଜମି ରହିଛି ବରଫର ଆସ୍ତରଣ । ସେହିପରି ଦାରିଙ୍ଗବାଡି ଓ ସିମନବାଡିରେ ତୁଷାରପାତ ହୋଇଛି । ଦାରିଙ୍ଗବାଡି ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରହିଛି ।
ଅନ୍ୟପଟେ କେନ୍ଦୁଝରରେ ବି ଥଣ୍ଡାର ପରିମାଣ ବଢିବାରେ ଲାଗିଛି । ଫୁଲବାଣୀରେ ୪.୫ ଡିଗ୍ରୀ ଏବଂ ଅନୁଗୁଳ ୫.୬ ଡିଗ୍ରୀ । କେନ୍ଦୁଝର ୬.୪ ଡିଗ୍ରୀ , ଟିଟିଲାଗଡ ୭ , ସୋନପୁର ୬ ଡିଗ୍ରୀ ରହିଛି । କଟକରେ ମଧ୍ୟ ପ୍ରବଳ ଥଣ୍ଡା ତାପମାତ୍ରା ୮. ୨ ଡିଗ୍ରୀ ରହିଛି । ସେହିପରି ଭୁବନେଶ୍ୱର ୮.୨ ଡିଗ୍ରୀ ସହ ରେକର୍ଡ ଭାଙ୍ଗିଛି ଶୀତ ।

LEAVE A REPLY

Please enter your comment!
Please enter your name here