ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିଶନ. ବାଲିମେଳାର ସମସ୍ତ ଅଳିଆ ଆବର୍ଜନା ନିଷ୍କାସନ ପାଇଁ ତହସିଲଦାରଙ୍କ ଦ୍ୱାରା ଏକ ଜାଗା ଚିହ୍ନଟ କରାଯାଇଥିଲା ଏବଂ ସେଠାରେ ଡମ୍ପିଂୟାର୍ଡ ପାଇଁ ଯୋଜନା ମଧ୍ୟ କରାଯାଇଥିଲା. ଏ ନେଇ ୪ ବର୍ଷ ତଳେ ଏନଏସି ତରଫରୁ ୩ ଲକ୍ଷ ୫୩ ହଜାର ୮୬୫ ଟଙ୍କା ଅଟକଳ କରାଯାଇଥିଲା. ମାତ୍ର ସେହି ଜାଗାରେ ଲୋକମାନେ ବସବାସ କରୁଥିବାରୁ ଏହାକୁ ସେମାନେ ବିରୋଧ କରିଥିଲେ. ପରେ ଏହାର ବିକଳ୍ପ ବାହାର ନ କରି ସମସ୍ତ ଅଳିଆ ଆବର୍ଜନାକୁ ନୂଆ ବସ୍ ଷ୍ଟାଣ୍ଡ ପଛ ପଟେ ଫିଙ୍ଗାଯାଉଛି. ଫଳରେ ବସ୍ ଯାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି. ଗୋଟିଏ ପଟେ କେନ୍ଦ୍ର ସରକାର ଚାରିଆଡେ ସ୍ୱଚ୍ଛ ଭାରତ ମିଶନ ଡେଙ୍ଗୁରା ପିଟୁଥିବା ବେଳେ ବାଲିମେଳାରେ ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି. ତେବେ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ବାହାର ନ କରାଗଲେ ଆଗାମୀ ଦିନରେ ଏହାର ପ୍ରତିବାଦ କରାଯିବ ବୋଲି ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here