ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ବର୍ଷ ଆରମ୍ଭରୁ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଗୁଳିଚାଳନା. ତ୍ରାଲର ଗୁଲଶନପୋରା ଅଞ୍ଚଳରେ ବର୍ତ୍ତମାନ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି. ତେବେ ସେହି ଅଞ୍ଚଳରେ 2ରୁ 3 ଜଣ ମାଓବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀ ସୂଚନା ପାଇଥିଲେ. ଯେଉଁଥିପାଇଁ ଏହି ଗୁଳି ବର୍ଷା ଆରମ୍ଭ ହୋଇଛି. ତେବେ କାଶ୍ମୀର ଘାଟିରେ ଏହା ହେଉଛି ଚଳିତ ବର୍ଷର ପ୍ରଥମ ଏନକାଉଣ୍ଟର. ଏଠାରେ ଉଲ୍ଲେଖଯାଗ୍ୟ ଯେ, ଗତ 10 ଦିନ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଛି. 28 ଡିସେମ୍ବରରେ ଲସ୍କରରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ତା ପରଦିନ ଚାରି ଜଣ ମାଓବାଦୀଙ୍କୁ ସୁରକ୍ଷାକର୍ମୀ ନିହତ କରିଥିଲେ. ଏହା ପୂର୍ବରୁ 22 ଡିସେମ୍ବରରେ ପୁଲୱାମାରେ 6 ଜଣ ଆତଙ୍କବାଦୀ ଯବାନଙ୍କ ଗୁଳିରେ ଟଳି ପଡିଥିଲେ.

LEAVE A REPLY

Please enter your comment!
Please enter your name here