ପ୍ରତିଦିନ ସମସ୍ତଙ୍କ କେଶ ଝଡିବା ହେଉଛି ଏକ ସାଧାରଣ କଥା. ହେଲେ ଏହି କେଶ ଝଡାକୁ ନେଇ ସମସ୍ତେ ଚିନ୍ତା ମଧ୍ୟ କରିଥାନ୍ତି. ପ୍ରକୃତରେ କଥା ହେଲା ଜଣେ ମଣିଷର ପ୍ରତିଦିନ ମୁଣ୍ଡରୁ 80 ରୁ 100 ଟି କେଶ ଝଡିଥାଏ. ହେଲେ ଯଦି ଅଚାନକ ଜଣଙ୍କର ବହୁ ସଂଖ୍ୟାରେ କେଶ ଝଡିବା ଆରମ୍ଭ ହୁଏ କିମ୍ବା ନୂଆ କେଶ ଉଠିବା ବନ୍ଦ ହୋଇଯାଏ, ତାହେଲେ ଏହି କଥାକୁ ଗୁରୁତର ସହ ନେବା ଉଚିତ୍. ତାହେଲେ ଆସନ୍ତୁ ଜାଣିବା କାହିଁକି କେଶ ଝଡିଥାଏ ? ତେବେ ଏହାର ଉତ୍ତର ଅନେକ ହୋଇପାରେ ଏବଂ ଏହାର ମୁଖ୍ୟ କାରଣ ଖୋଜିବା ମଧ୍ୟ କଷ୍ଟ ହୋଇପାରେ. ପ୍ରତି 3 ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ନିହାତି ଭାବେ ନିଜ ଜୀବନରେ କେଶ ଝଡିବା ସମସ୍ୟା ଭୋଗନ୍ତି ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି.  ତେବେ ଆସନ୍ତୁ ଜାଣିବା, କେଶ ଝଡିବାର କିଛି ପ୍ରମୁଖ କାରଣ ବିଷୟରେ…

  • ପ୍ରଥମେ ମାନସିକ ଚିନ୍ତା, ଅସନ୍ତୁଳିତ ଆହାର, କିଛି ବିଶେଷ ରୋଗ କିମ୍ବା ପ୍ରଦୂଷଣ ଯୋଗୁଁ କେଶ ଝଡିବା ସମସ୍ୟା ଦେଖା ଦେଇଥାଏ.
  • ଶରୀରରେ ପ୍ରୋଟିନ, ଭିଟାମିନ୍ ବି-12ର ମାତ୍ରା କମ୍ ହେଲେ ମଧ୍ୟ ଏହି ସମସ୍ୟା ହୋଇଥାଏ. ଏଥିରୁ ମୁକ୍ତି ପାଇବା ପାଇଁ ପ୍ରୋଟିନ ଜାତୀୟ ଖାଦ୍ୟ, ଯଥେଷ୍ଟ ପରିମାଣର ସବୁଜ ପନିପରିବା ଓ ଗାଜର ଖାଆନ୍ତୁ. ଯଦି ଆପଣ ଶାକାହାରୀ ତାହେଲେ ଭିଟାମିନ୍ ବି-12 ପାଇବା ପାଇଁ ଆପଣ ସପ୍ଲିମେଣ୍ଟ୍ସ ନେବା କେଶ ପାଇଁ ଲାଭଦାୟକ ହେବ.
  • ଅନ୍ୟପଟେ ମାନସିକ ଚିନ୍ତାଗ୍ରସ୍ତ ରହିବା ମଧ୍ୟ କେଶ ଝଡିବାର ଏକ ମୁଖ୍ୟ କାରଣ. ସେଥିପାଇଁ ଯଥାସମ୍ଭବ ଏଥିରୁ ଦୂରେଇ ରହିବା ଆବଶ୍ୟକ. ପ୍ରତିଦିନ ଯୋଗ କରିବା, ମୁଣ୍ଡରେ ତେଲ ମାଲିସ କରିବା ଏବଂ ଅଧିକ ସମୟ ସୁଖନିଦ୍ରା କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇପାରିବ.
  • ଅନ୍ୟପଟେ ଚୁଟିକୁ ଠିକ୍ ମାତ୍ରାରେ ପୋଷଣ ନ ମିଳିଲେ ମଧ୍ୟ ସେ ଝଡିଯାଇଥାଏ. ସେଥିପାଇଁ ସର୍ବଦା ଖାଇବା ପିଇବାରେ ଧ୍ୟାନ ଦେବା ଉଚିତ୍ ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଉଚିତ୍.
  • ଏହାଛଡା ବାରମ୍ବାର ଚୁଟି ଷ୍ଟାଇଲିସ କରିବା, କଲର କରିବା, କର୍ଲ କରିବା ଏବଂ ଷ୍ଟ୍ରେଟନିଂ କରିବା ମଧ୍ୟ କେଶ ଝଡିବା ସମସ୍ୟାକୁ ବଢାଇ ଦେଇଥାଏ. ସେଥିପାଇଁ ଏ ସବୁ ନ କରି ସପ୍ତାହରେ ଥରେ ତେଲ ଲଗାଇବା ଚୁଟି ପାଇଁ ଭଲ.

LEAVE A REPLY

Please enter your comment!
Please enter your name here