ବୟସ ଓ ପଦମର୍ଯ୍ୟଦା ଭୁଲିଗଲେ ସାଂସଦ. ମହାରାଷ୍ଟ୍ର ଭାନ୍ଦ୍ରା-ଗୋନ୍ଦିଆ ଏନସିପି ସାଂସଦ ମଧୁକର କୁକ୍କଡେଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ‘ଲଡକି ଆଁଖ ମାରେ’ ଗୀତରେ ନାଚୁଥିବା ନଜର ଆସିଛି. ସୂଚନା ଅନୁସାରେ, ସାଂସଦ ମଧୁକର ଭାନ୍ଦ୍ରାର ଏକ ସ୍କୁଲର ସମାରୋହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ. ପରେ ସ୍କୁଲ ପିଲାଙ୍କ ଦ୍ୱାରା ସାଂସ୍କତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ତେବେ ‘ଲଡକୀ ଆଁଖ ମାରେ’ ଗୀତଟି ଯେତେବେଳେ ବାଜିଲା ସେତେବେଳେ ସାଂସଦ ମହୋଦୟ ଆଉ ନିଜ ପାଦକୁ ଅଟକାଇ ନ ପାରି ପିଲାଙ୍କ ସହ ପାଦ ସହ ପାଦ ମିଶାଇ ଠୁମକା ଲଗାଇଥିଲେ. ତେବେ ଉପସ୍ଥିତ ଥିବା ପିଲାମାନେ ସାଂସଦଙ୍କ ନାଚ ଦେଖି ସେଠାରେ ହୋ-ହାଲା କରିବା ଆରମ୍ଭ କରିଦେଇଥିଲେ. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ର ଭାନ୍ଦ୍ରା-ଗୋନ୍ଦିଆ ଲୋକସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ମଧୁକର କୁକ୍କଡେ ବିଜେପିର ହେମନ୍ତ ପଟେଲଙ୍କୁ 48,097 ଭୋଟରେ ହରାଇଥିଲେ.

LEAVE A REPLY

Please enter your comment!
Please enter your name here