କଂଗ୍ରେସ ନେତା ମଣିଶଙ୍କର ଆୟର ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାଘେରକୁ ଆସିଛନ୍ତି. ବର୍ତ୍ତମାନ ସେ, ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ବୟାନ ଦେଇଛନ୍ତି, ଯାହାକୁ ନେଇ ଏକପ୍ରକାର ବିବାଦ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି. ସେ କହିଛନ୍ତି, ଦଶରଥଙ୍କ 10 ହଜାର କୋଠରୀ ଥିଲା. ତାହେଲେ ଭଗବାନ ରାମ କେଉଁ କୋଠରୀରେ ଜନ୍ମ ହୋଇଥିଲେ ? ଏହା କଣ କାହାକୁ ଜଣା ଅଛି ? ଏଭଳି ମନ୍ତବ୍ୟ ମଣିଶଙ୍କର ଦିଲ୍ଲରେ ଆୟୋଜିତ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆର ଏକ ସମାରୋହ ‘ଏକ ଶାମ୍ ବାବରୀ ମସଜିଦ୍ କେ ନାମ୍’ ରେ କହିଛନ୍ତି. ଆୟର ଆହୁରି ମଧ୍ୟ କହିଛନ୍ତି- ‘ଯଦି ଆପଣ ଚାହୁଁଛନ୍ତି ଅଯୋଧ୍ୟାରେ ରାମ ମନ୍ଦିର ବନେଇବା ପାଇଁ ତାହେଲେ ନିଶ୍ଚିତରୂପେ ବନାନ୍ତୁ. ହେଲେ ଆପଣ ଏହା କିପରି କହିପାରିବେ ଯେ, ମନ୍ଦିର ସେଇଠି ହିଁ ବନାଯିବ. ମନ୍ଦିର ସେଠାରେ ନିର୍ମାଣ କରିବାର ଅର୍ଥ କ’ଣ? ଦଶରଥ ଜଣେ ବଡ ରାଜା ଥିଲେ. କୁହାଯାଏ, ତାଙ୍କ ମହଲରେ 10 ହଜାର କୋଠରୀ ଥିଲା. ହେଲେ କିଏ ଜାଣେ କେଉଁ କୋଠରୀ କେଉଁଠି ଥିଲା. ସେଥିପାଇଁ ଆମେ ଭାବୁ ଯେ, ଭଗବାନ ରାମ ସେଠାରେ ଜନ୍ମ ଗ୍ରହଣ କରିଥିଲେ. ସେଥିପାଇଁ ସେଠାରେ ମନ୍ଦିର ନିର୍ମାଣ କରିବା ଦରକାର. କାରଣ ଏଠାରେ ଏକ ମସଜିଦ୍ ରହିଛି. ପ୍ରଥମେ ତାକୁ ଭାଙ୍ଗିବା ଏବଂ ପରେ ତା ସ୍ଥାନରେ ମନ୍ଦିର ନିର୍ମାଣ କରିବା. କ’ଣ ଜଣେ ହିନ୍ଦୁସ୍ତାନୀ ପାଇଁ ଆଲ୍ଲାଙ୍କ ଉପରେ ଭରସା ରଖିବା ଭୁଲ୍ କଥା ? ବୋଲି ସେ ପ୍ରଶ୍ନ କରିଛନ୍ତି. ଆଉ ଏହି କଥାକୁ ନେଇ ବର୍ତ୍ତମାନ ବିବାଦ ଘେରିବା ଦେଖାଦେଇଛି.

LEAVE A REPLY

Please enter your comment!
Please enter your name here