ମୋଦି ସରକାରଙ୍କ ବିରୁଦ୍ଧରେ 12 ଦଫା ଦାବି ନେଇ 10ଟି ଶ୍ରମିକ ସଂଗଠନ ଦୁଇଦିନ ଧରି ଦେଶବ୍ୟାପୀ ବନ୍ଦ ଡାକରା ଦେଇଥିବା ବେଳେ ରାଉରକେଲା ଗାଙ୍ଗପୁର ମଜଦୁର ମଞ୍ଚର ଶ୍ରମିକ ନେତା ଚକ୍ରଧର ମହାନ୍ତିଙ୍କ ଘରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଚକ୍ରଧର ଶୋଇଥିବା ସମୟରେ କିଛି ଦୁର୍ବୃତ୍ତ ବାହାରପଟୁ କବାଟ ବନ୍ଦ କରିଦେଇଥିଲେ ଏବଂ ସେଠାରେ ଥିବା ଗୋଟିଏ ବାଇକ୍ ଓ ତିନୋଟି ସ୍କୁଟିରେ ନିଆଁ ଲଗାଇ ଖସି ପଳାଇଥିଲେ. ତେବେ ଏ ନେଇ ଦମକଳବାହିନୀକୁ ଖବର ଦିଆଯାଇଥିଲା. ପରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା. ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି.

 

LEAVE A REPLY

Please enter your comment!
Please enter your name here