ଅଣ୍ଡା ତରକାରୀ ପାଇଁ ମାଆକୁ ହତ୍ୟା ।

ଝାରସୁଗୁଡା ସଦରଥାନା ଅନ୍ତର୍ଗତ ଇବ୍ ଗାଁରେ ଘଟିଛି ଏହି ନାରକୀୟ ଘଟଣା । ଗତକାଲି ଏହି ଗାଁର କୁମୁଦୁନୀ ଭୋଇ ରୋଷେଇ କରୁଥିବା ବେଳେ ତାଙ୍କର 45 ବର୍ଷୀୟ ପୁଅ ରାଜେଶ ଘରକୁ ଅଣ୍ଡା ନେଇ ଆସିଥିଲା । ଆଉ କହିଥିଲା ମାଆକୁ ଅଣ୍ଡା ତରକାରୀ କରିବା ପାଇଁ । କୌଣସି କାରଣରୁ ଅଣ୍ଡା ତରକାରୀ କରିବାକୁ ମନା କରିଥିଲା ମାଆ । ବାସ୍, ସେତିକିରେ ରାଜେଶର ମୁଣ୍ଡକୁ ପିତ୍ତ ଚହଟି ଯାଇଥିଲା । ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ସେ ମାଆକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ବୁଢୀ ମାଆର ମୃତ୍ୟୁ ହୋଇଥିଲା । କୁମୁଦୁନୀଙ୍କ ଦିଅର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here