ଶନିବାର ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ. ଆଉ ଏହି ଦିନଟି ଆସିଲେ ସବୁବେଳେ ସେ କହିଥିବା କଥାଗୁଡିକ ମନେପଡିଯାଏ. ସ୍ୱାମୀ ବିବେକାନନ୍ଦ ସଂପୂର୍ଣ୍ଣରୂପେ ଆଧ୍ୟାତ୍ମିକ ରୂପେ ବଞ୍ଚିବାକୁ ପସନ୍ଦ କରୁଥିଲେ. ତେବେ ଆସନ୍ତୁ ଜାଣିବା ସେ କେଉଁ ସୂତ୍ରରେ ନିଜ ଜୀବନ ବିତଉଥିଲେ ଏବଂ ଅନ୍ୟମାନଙ୍କୁ କେଉଁ ଶିକ୍ଷା ଦେଉଥିଲେ..

  • ପ୍ରଥମରେ, ଗୋଟିଏ ବ୍ୟକ୍ତି ସବୁବେଳେ ସାଧୁତା ଅବଲମ୍ବନ କରିବା ସହ ନିଜ ଉପରେ ବିଶ୍ୱାସ ରଖିବା ଉଚିତ. ଯାହାଫଳରେ ସେ ସାରା ଦୁନିଆକୁ ଜୟ କରିପାରିବ
  • ଦୁନିଆରେ ଏମିତି କୌଣସି କାମ ନାହିଁ, ଯାହାକୁ ଜଣେ ମଣିଷ କରିପାରିବ ନାହିଁ.
  • ନିଜ ରାସ୍ତା ନିଜେ ବନେଇବା ଉଚିତ. ଦୁନିଆରେ ନାଁ କରିବାକୁ ହେଲେ ସବୁବେଳେ କିଛି ଅଲଗା ଭାବିବା ଉଚିତ୍. ଏହାଛଡା ସବୁ ସମୟରେ କିଛି ନା କିଛି ଶିଖିବା ଦରକାର
  • ପ୍ରେମ ଏଭଳି ଏକ ବନ୍ଧନ, ଯାହା ଜୀବନକୁ ସୁନ୍ଦର କରି ଗଢିତୋଳିବାରେ ସାହାଯ୍ୟ କରେ. ଯିଏ ଲୋକମାନଙ୍କୁ ଶ୍ରଦ୍ଧା କରେ, ସେ ସବୁବେଳେ ତାଙ୍କ ହୃଦୟରେ ରହିଥାଏ. ଅନ୍ୟପଟେ ସ୍ୱାର୍ଥପର ମଣିଷକୁ ସମସ୍ତେ ଭୁଲିଯାଇଥାନ୍ତି.
  • ଆମର ବିଚାର ହିଁ ଦୁନିଆକୁ ସୁନ୍ଦର କରିଥାଏ. ଦୁନିଆ ହେଉଛି ଆମ ଭାବନାର ପ୍ରତିବିମ୍ବ. ପ୍ରତ୍ୟେକ ଜିନିଷକୁ ସକରାତ୍ମକ ଦୃଷ୍ଟି କୋଣରୁ ଦେଖିବା ଦରକାର.
  • ପ୍ରତ୍ୟେକ ବସ୍ତୁର ମହତ୍ତ୍ୱ ରହିଥାଏ ଏବଂ ତାର ଅଲଗା ଅର୍ଥ ମଧ୍ୟ ରହିଥାଏ. ଏହାଛଡା ସଂସାରର ପ୍ରତ୍ୟେକ ବସ୍ତୁ ହେଉଛି ପବିତ୍ର ଏବଂ ସୁନ୍ଦର. ଯଦି ଆପଣଙ୍କୁ କୌଣସି ଜିନିଷ ଖରାପ ଲାଗୁଛି, ତାହେଲେ ଆପଣ ଧରିନେବେ ଯେ, ଆପଣ ସେହି ଜିନିଷକୁ ଠିକ୍ ଭାବେ ଜାଣିନାହାନ୍ତି.

ଏହାଥିଲା ସ୍ୱାମୀ ବିବେକାନନ୍ଦଙ୍କ ଜୀବନର ସୂତ୍ର. ଯାହାକୁ ଗୋଟିଏ ମଣିଷ ମାନିଲେ, ନିଜ ଜୀବନକୁ ଖୁସିରେ ଅତିବାହିତ କରିପାରିବ.

 

 

LEAVE A REPLY

Please enter your comment!
Please enter your name here