ନବରଙ୍ଗପୁର ଇନ୍ଦ୍ରାବତୀ ସହରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା. କିଛି ଡକାୟତ ରୋଗୀ ବେଶରେ ଆସି ଜଣେ ଡାକ୍ତରଙ୍କ ଘରୁ କଳାକନା ବୁଲାଇ ଦେଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 11.30 ସମୟରେ କିଛି ଦୁର୍ବୃତ୍ତ ରୋଗୀ ବେଶରେ ଡାକ୍ତର ପ୍ରଦୀପ୍ତ କୁମାର ପ୍ରହରାଜଙ୍କ ଘରକୁ ଆସିଥିଲେ ଏବଂ ପରେ ସେମାନଙ୍କ ଅସଲ ରୂପ ଡାକ୍ତରଙ୍କୁ ଦେଖାଇଥିଲେ. ଡାକ୍ତରଙ୍କୁ ମାରଣାସ୍ତ୍ର ଦେଖାଇ ଘରେ ଥିବା ସମସ୍ତ ଅଳଙ୍କାର ସହ ଟଙ୍କା ମଧ୍ୟ ନେଇଯାଇଛନ୍ତି. ପରେ ଥାନାରେ ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି.

 

LEAVE A REPLY

Please enter your comment!
Please enter your name here