ବିଶ୍ୱ ମାନବୀୟ ଅଧିକାର ସୁରକ୍ଷା ସଂଘ (WHRPO) ପକ୍ଷରୁ ଭୁବନେଶ୍ୱରସ୍ଥିତ ହୋଟେଲ ମ୍ୟାରିୟନଠାରେ ଆଫ୍ରୋ-ଏସିଆନ ୟୁଥ୍ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି. କନକ୍ଲେଭର ଥିମ୍ ରହିଛି ‘ଭଏସିଂ ରାଇଟ୍ସ ଅଫ୍ ୟୁଥ୍’ .  ସଂଗଠନର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ ଭାରତ ସହ 55ଟି ଆଫ୍ରିକୀୟ ରାଷ୍ଟ୍ରର ସଂପର୍କ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ. WHRPOର ରାଷ୍ଟ୍ରୀୟ ସଭାପତି ଡକ୍ଟର ଅଭିନ୍ନ କୁମାର ହୋତା ମଣିଷର ଅଧିକାର ସଂପର୍କରେ ଉଦବୋଧନ ଦେଇଥିଲେ. ଏହାଛଡା ଜଣେ ବ୍ୟକ୍ତିକୁ ତାର ଅଧିକାର ପାଇଁ ସ୍ୱର ଉଠାଇବା ଦରକାର ବୋଲି ସେ କହିଥିଲେ. ପରେ ଡକ୍ଟର ଯୁଗୋଳ କୁମାର ମିଶ୍ରଙ୍କ ସମେତ ବିବେକ ପଟ୍ଟନାୟକ,  କେପିଡି ସାମନ୍ତ, ଦେବବ୍ରତ ପାଣିଗ୍ରାହୀ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ.

LEAVE A REPLY

Please enter your comment!
Please enter your name here