ମୋଦି ସରକାର 10 ପ୍ରତିଶତ ସଂରକ୍ଷଣ ବିଲକୁ ଲୋକସଭା ଓ ରାଜ୍ୟସଭାରେ ଗୃହୀତ କରାଇବା ପରେ ଏହି ବିଲ ମାଧ୍ୟମରେ ଆର୍ଥିକ ଦୁର୍ବଳ ଶ୍ରେଣୀରେ ଥିବା ଲୋକ କିପରି ଫାଇଦା ପାଇପାରିବେ ସେ ନେଇ ସରକାର ଏହାର ବ୍ୟବସ୍ଥା କରୁଛନ୍ତି. ଏ ନେଇ କ’ଣ ସବୁ କାଗଜପତ୍ର ଦରକାର ତା ବିଷୟରେ ମଧ୍ୟ ସରକାର ଅବଗତ କରାଇଛନ୍ତି. ଅନ୍ୟପଟେ ସରକାର ବିଳମ୍ବ ନ କରି ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ତପ୍ତର ଥିବା ବେଳେ ଗୁଜୁରାଟରେ ଏହା ପ୍ରଥମେ ଲାଗୁ କରାଯିବ ବୋଲି ସୂଚନା ମିଳିଛି. ଆର୍ଥିକ ଦୁର୍ବଳ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ଲୋକଙ୍କ ପାଇଁ ସରକାରୀ ଚାକିରୀ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ 10 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସୋମବାର ଅର୍ଥାତ ଆଜି ଠାରୁ ଲାଗୁ କରାଯିବ ବୋଲି ଗୁଜୁରାଟ ସରକାର ଘୋଷଣା କରିଛନ୍ତି. ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଏହି ବିଲ୍ ଉପରେ ମୋହର ମାରିଥିଲେ.

LEAVE A REPLY

Please enter your comment!
Please enter your name here