ମଧ୍ୟପ୍ରଦେଶ ଉଜ୍ଜେନ ଜିଲ୍ଲା ଚିକିତ୍ସାଳୟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି. ଜଣେ ସିଭିଲ ସର୍ଜନ ସହକର୍ମୀ ନର୍ସଙ୍କୁ କିସ୍ ଦେଉଥିବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି. ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା ଏବଂ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ଦାବି ମଧ୍ୟ ଉଠିଥିଲା. ପରେ କଲେକ୍ଟର ଏହାର ବିଚାର ସ୍ୱରୂପ ତାଙ୍କୁ ପଦରୁ ନିଲମ୍ବନ କରିଛନ୍ତି. ଅପରେସନ ଥିଏଟର ଭିତରେ ଏଭଳି କାର୍ଯ୍ୟ କୌଣସି ଅଧିକାରୀଙ୍କ ପାଇଁ ଉଚିତ ନୁହେଁ ବୋଲି କଲେକ୍ଟର ଶଶାଙ୍କ ମିଶ୍ର କହିଛନ୍ତି. ଏହି ମାମଲା ସାମ୍ନାକୁ ଆସିବା ପରେ ଏହାକୁ ଗମ୍ଭୀରତାର ସହ ନେଇ ସେ ଡାକ୍ତର ରାଜୁ ନିଦରିଆଙ୍କୁ ଚାକିରୀରୁ ବହିଷ୍କାର କରିଥିବା କହିଛନ୍ତି. ଏହାପରେ ବର୍ତ୍ତମାନ ଡାକ୍ତର ରାଜୁଙ୍କୁ ନୋଟିସ ଜାରି କରାଯାଇଛି ଏବଂ ତାଙ୍କ ଜାଗାରେ ପିଏନ ବର୍ମାଙ୍କୁ ନିଯୁକ୍ତ କରାଯାଇଛି. ନିଦରିଆ ଦୁଇ ଦିନ ହେବ ଛୁଟିରେ ଅଛନ୍ତି. ତାଙ୍କ ଠାରୁ ଉତ୍ତର ମିଳିଲା ପରେ ଆଗକୁ ପଦକ୍ଷେପ ନିଆଯିବ ବୋଲି କଲେକ୍ଟର ଶଶାଙ୍କ ମିଶ୍ର କହିଛନ୍ତି.

 

 

LEAVE A REPLY

Please enter your comment!
Please enter your name here