ଦାରିଙ୍ଗିବାଡି ସେବାଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁ ଜନ୍ମ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଭଳି ଦାୟିତ୍ୱହୀନତା ପାଇଁ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀଙ୍କ ଇସ୍ତଫା ଦାବୀ କରିଛି ବିଜେପି । ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ରବି ନାୟକ ଏକ ସାମ୍ବାଦିକ ସମ୍ମୀଳନୀରେ ଏହି ଦାବୀ କରିବା ସହ ବିଭାଗୀୟ କମିଶନରଙ୍କୁ ତୁରନ୍ତ ନିଲମ୍ବିତ କରିବା ପାଇଁ ଦାବୀ କରିଛନ୍ତି । ସେ କହିଛନ୍ତି ଯେ, ଏହି ବିଭାଗର କମିଶନର ତଥା ସଚିବ ପଦରେ ଜଣେ ଆଇଏସ ଅଫିସରଙ୍କୁ ରଖିବା କଥା , ମାତ୍ର ରାଜ୍ୟ ସରକାର ଜଣେ ଆଇଏଫଏସ ଅଫସରଙ୍କୁ ଏହି ଦାୟିତ୍ୱରେ ରଖିଛନ୍ତି । ଏଥିରୁ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ସ୍ପଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here