ବାରମ୍ବାର ହାତୀ ଉପଦ୍ରବ ପାଇଁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି. କେଉଁଠି ହାତୀ ଘରଦ୍ୱାର ଭଙ୍ଗାରୁଜା କରୁଛି, ତ ଆଉ କେଉଁଠି ଫସଲ ନଷ୍ଟ କରୁଛି. ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ  ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋଡା ଗାଁରେ ହାତୀପଲ ଆତଙ୍କ ଖେଳାଇଛନ୍ତି. ଗାଁରେ ଜଣଙ୍କ ପାଚେରୀ ଭାଙ୍ଗିବା ସହ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଥିଲେ ହାତୀପଲ. ଏ ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ. ପରେ ବନ ବିଭାଗ ତରଫରୁ ହାତୀପଲଙ୍କୁ ନିୟନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here