ତେଲୁଗୁ ସମ୍ପ୍ରଦାୟର ପବିତ୍ର ପର୍ବ ପୋଙ୍ଗଲ । ଏଥିପାଇଁ ଉତ୍ସବମୁଖର ରାୟଗଡା ସହର । ନୂଆବସ୍ତ୍ର ପରିଧାନ କରି ଲୋକେ ମହାଆଡମ୍ବରରେ ଏହି ପର୍ବ ପାଳନ କରିଛନ୍ତି । ପୂର୍ବଦିନ ମଧ୍ୟ ରାତ୍ରିରେ ଭୋଗି ବା ନିଆଁ ଲଗାଇବା ପରେ ଘରେ ଘରେ ଇଷ୍ଟଦେବୀକୁ ପୂଜାର୍ଚ୍ଚନା କରାଯାଇଛି । ସଙ୍କ୍ରାନ୍ତି ପାଳନ ପରେ ତେଲୁଗୁ ମାନେ କାନୁମୁ ଓ ମୁକାନୁମୁ ପାଳନ କରି ପଙ୍ଗୋଲ ପର୍ବ ଶେଷ କରିଥାନ୍ତି । ଏହି ଅବସରରେ ଲୋକେ ନିଜ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ସହ ନୂଆ ଧାନ ରାନ୍ଧିଥାନ୍ତି । ନିଜ ପ୍ରିୟ ପରିଜନଙ୍କୁ ଘରକୁ ନିମନ୍ତ୍ରଣ କରି ପିଠାପଣା ବଣ୍ଟା ଯାଇଥାଏ । ବର୍ଷକୁ ଥରେ ଏହି ପର୍ବ ପାଳନ ହେଉଥିବାରୁ ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି । ରାୟଗଡାର ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଧ୍ୟ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here