‘କାଳିଆ’ ପ୍ରତି ଲୋକଙ୍କ ଆକର୍ଷଣ ବଢିବାରେ ଲାଗିଛି. ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ସାମିଲ ହେବା ପାଇଁ ଲକ୍ଷ ଲକ୍ଷ ଲୋକ ଫର୍ମ ପକାଇବାରେ ଲାଗିଛନ୍ତି. ପ୍ରଥମ ପର୍ଯ୍ୟାୟ ଫର୍ମ ପୂରଣ କରିବାର ଶେଷ ତାରିଖ ଜାନୁୟାରୀ ୧୫ ଥିଲା. ବର୍ତ୍ତମାନ ଏହାର ଯାଞ୍ଚ ପ୍ରତି ବ୍ଲକରେ ଆରମ୍ଭ ହୋଇସାରିଛି ଏବଂ ଏହି ଯୋଜନା ମାଧ୍ୟମରେ ଉପକୃତ ହେବାକୁ ଥିବା ବ୍ୟକ୍ତିଙ୍କ ନାମ ଜାନୁୟାରୀ ୨୨ ତାରିଖ ସୁଦ୍ଧା ବାହାରିବ ବୋଲି ସୂଚନା ଦିଆଯାଇଛି. ଜାନୁୟାରୀ ୨୫ ତାରିଖ ସୁଦ୍ଧା ପଞ୍ଜୀକରଣ କରିଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ସୂଚନା ଦିଆଯାଇଛି. ଅନ୍ୟପଟେ ପ୍ରାୟ ୬୦ ଲକ୍ଷ ଲୋକ ଏଥିରେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିସାରିଥିବା ବେଳେ ଏହାକୁ ଭଲଭାବରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ରହିଛି. ଏହି ଯୋଜନା ମାଧ୍ୟମରେ ରାଜ୍ୟର ୯୨ ପ୍ରତିଶତ କୃଷକ ଉପକୃତ ହେବେ ବୋଲି ସରକାର ଘୋଷଣା କରିଛନ୍ତି.

LEAVE A REPLY

Please enter your comment!
Please enter your name here