ଅକ୍ଷୟ ତୃତୀୟାରେ ବିଲରେ ହଳ ଚଳାଇଲେ ଅରୁଣ ସାହୁ । ଚାଷ ଆରମ୍ଭ ଦିନରେ ନିଜେ ହଳ, ଲଙ୍ଗଳ ଧରି ଚାଷକାର‌୍ୟ୍ୟ ଆରମ୍ଭ କରି ଚାଷୀ ଭାଇଙ୍କୁ ପ୍ରେରଣା ଦେଲେ କୃଷିମନ୍ତ୍ରୀ ଅରୁଣ ସାହୁ । ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଉପଲକ୍ଷେ ଅନ୍ନଦାତା କୃଷକ ଭାଇ ଓ ଭଉଣୀମାନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ନିୟମ କଡ଼ାକଡ଼ି ପାଳନ କରିବା ସହ କୃଷି କାର‌୍ୟ୍ୟ ସମୟରେ ସାମାଜିକ ଦୂରତା ନିଶ୍ଚୟ ବଜାୟ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here