ଆଜି ବିଜେଡି ଘୋଷଣା କରିଥିବା ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ଗତଥରର ଅଧିକାଂଶ ପ୍ରାର୍ଥୀଙ୍କୁ ଦୋହରାଇଛି । ଆଜି 71ଟି ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଚବିଶବର୍ଷ ତଳେ ଦଳରୁ ବହିଷ୍କୃତ ହୋଇଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପାଟକୁରାରୁ ପ୍ରାର୍ଥଈ କରିଛି । ନିକଟରେ ସେ ବିଜେଡିରେ ଯୋଗ ଦେଇଥିଲେ ।
ଘୋଷିତ ପ୍ରାର୍ଥୀ ତାଲିକାରେ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ଗୋପାଳପୁରରୁ ବିକ୍ରମ କୁମାର ପଣ୍ଡା, ଦିଗପହଣ୍ଡିରୁ ଦିବଙ୍ଗତ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର, ଚିକିଟିରୁ ଚିନ୍ମୟ ସୁନ୍ଦର, ପୋଲସରାରୁ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଛତ୍ରପୁରରୁ ସୁବାସଚନ୍ଦ୍ର ବେହେରା, ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖଙ୍କୁ ଦଳ ପ୍ରାର୍ଥୀ କରିଛି । ଗୁଣୁପୁର ବିଧାନସଭା ଆସନରୁ ରଘୁନାଥ ଗମାଙ୍ଗ, ବିଷମ କଟକ ଆସନରେ ଜଗନ୍ନାଥ ସାରକା, ରାୟଗଡ଼ାରୁ ଅନୁସୂୟା ମାଝୀ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ବିଜେପୁରରୁ ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲୀରୁ ସୁଶାନ୍ତ ସିଂଙ୍କୁ ଦଳ ପ୍ରାର୍ଥୀ କରିଛି । ବଲାଙ୍ଗିରରୁ କଳିକେଶ ନାରାୟଣ ସିଂହଦେଓ, ଲୋଇସିଂହାରୁ ନିହାରରଞ୍ଜନ ବେହେରା, ଟିଟିଲାଗଡ଼ରୁ ଟୁକୁନି ସାହୁ,ପାଟଣାଗଡ଼ରୁ ସରୋଜ ମେହେର, ନୂଆପଡ଼ାରୁ ରାଜେନ୍ଦ୍ର ଢ଼ୋଲକିଆ, ଉମରକୋଟରୁ ମାମିନା ନାୟକ,ଝରିଗାଁରୁ ରମେଶଚନ୍ଦ୍ର ମାଝୀ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଡାବୁଗାଁରୁ ମନୋହର ରନ୍ଧାରୀ, ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣାରୁ ଲତିକା ନାୟକ, ଜି.ଉଦୟଗିରିରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହୀଧର ରଣା, ବୌଦ୍ଧରୁ ପ୍ରଦୀପ ଅମାତ ବିଜେଡି ପ୍ରାର୍ଥୀ ହୋଇଛନ୍ତି । କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ, ମାଲକାନଗିରିରୁ ମାନସ ମାଡ଼କାମୀ, କୋରାପୁଟରୁ ରଘୁରାମ ପୋଡ଼ାଲ, ଘସିପୁରାରୁ ବଦ୍ରିନାରାୟଣ ପାତ୍ର, ପାଟଣାରୁ ଜଗନ୍ନାଥ ନାଏକଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି ।
ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦଳ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ବିଧାନସଭା ଆସନରେ ସୁଜାତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ସୁକିନ୍ଦାରୁ ପ୍ରୀତିରଂଜନ ଘଡେଇ,ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ଧାମନଗରରୁ ସଞ୍ଜୟ ଦାସ, ବାସୁଦେବପୁରରୁ ବିଷ୍ଣବ୍ରତ ରାଉତ, ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲିରୁ ବ୍ୟୋମକେଶ ରାୟଙ୍କୁ ଦଳ ପ୍ରାର୍ଥୀ କରିଛି । ଜଳେଶ୍ବର ଆସନରୁ ଅଶ୍ବିନୀ ପାତ୍ର, ବସ୍ତାରୁ ସୁବାସିନୀ ଜେନା, ଭଣ୍ଡାରିପୋଖରୀରୁ ସଞ୍ଜିବ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗରୁ ନୃସିଂହ ସାହୁ, ପାଲଲହଡାରୁ ମୁକେଶ ପାଲ, ଛେଣ୍ଡିପଜାରୁ ସୁଶାନ୍ତ ବେହେରା, ସୋନପୁରରୁ ନିରଞ୍ଜନ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିଛି ।
ବଡ଼ମ୍ବାରୁ ଦେବୀପ୍ରସାଦ ମିଶ୍ର, ବାଙ୍କିରୁ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚୌଦ୍ୱାରରୁ ସୌଭିକ ବିଶ୍ୱାଳ, କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା, ନିଆଳିରୁ ପ୍ରମୋଦ ମଲ୍ଲିକ, ଆଳିରୁ ପ୍ରତାପ କେଶରୀ ଦେବ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ରାଜନଗରରୁ ଧ୍ରୁବ ସାହୁ, ପୁରୀରୁ ସୁନୀଲ ମହାନ୍ତି, ପିପିଲିରୁ ରୁଦ୍ରପ୍ରତାପ ମହାରଥୀଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ସଞ୍ଜୟ ଦାସବର୍ମାଙ୍କ ପାରଂପରିକ ଆସନ ବ୍ରହ୍ମଗିରିରୁ ଦଳ ଉମାକାନ୍ତ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ସଞ୍ଜୟଙ୍କୁ ସତ୍ୟବାଦୀରୁ ପ୍ରାର୍ଥୀ କରିଛି । ଜଟଣୀରୁ ବିଭୂତିଭୂଷଣ ବଳବନ୍ତରାୟ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲାରୁ ରମେଶଚନ୍ଦ୍ର ବେହେରା ଏବଂ ନୟାଗଡ଼ରୁ ଅରୁଣ କୁମାର ସାହୁ ପ୍ରାର୍ଥୀ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here